jawans defuse landmine: ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି: ଅଳ୍ପକେ ବର୍ତିଲେ ଯବାନ। ସୁରକ୍ଷାକର୍ମୀମାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଦଶ  କିଲୋର ଲ୍ୟାଣ୍ଡମାଇନ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଭୈରମଗଡ଼ ଜଙ୍ଗଲରେ ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ

ସର୍ଚ୍ଚ ଅପରେସନକୁ ଜୋରଦାର

ସୁରକ୍ଷାକର୍ମୀ ମାଓ ଦମନ ଅପରେସନ ବେଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କରିଛି। ସୁରକ୍ଷାକର୍ମୀମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀ କରୁଥିଲେ ବଡ଼ ଯୋଜନା। ଏହାକୁ ପଣ୍ଡ କରିଛି ସୁରକ୍ଷାକର୍ମୀ। ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରିୟ ଦଳ। ଏହି ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

 

ସୌଜନ୍ୟ – ସମ୍ବାଦ