House Burnt MLA Help ରାତିଅଧରେ ଜଳିଲା ଏଣ୍ଡୁଅଙ୍କ ଘର, ତତକ୍ଷଣାତ୍ ସାହାଯ୍ୟ କଲେ ବିଧାୟକ

ଭୁବନ: ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନପୁର ଗ୍ରାମର ଗଙ୍ଗାମଳିକ ସାହିରେ ଅଧା ରାତିରେ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯାଇଛି। ଗ୍ରାମର ଏଣ୍ଡୁଅ ମଲ୍ଲିକଙ୍କ ପୁଅ ଵିଶ୍ଵନାଥ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକଙ୍କର ୨ଵଖରା ଲେଖାଏ ଘର ଜଳି ପୋଡ଼ିପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି ।

ଖବର ପାଇ ଭୁଵନ ଦମକଳ ବାହିନୀ ପହଞ୍ଚିଵା ପୂର୍ବରୁ ସମସ୍ତ ଆସବାବପତ୍ର ପାଉଁଶ ହୋଇଯାଇଥିଲା । ଶୁକ୍ରବାର ସକାଳ ସମୟରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ପହଞ୍ଚି କ୍ଷତିଗ୍ରସ୍ତ ପରିଵାରଙ୍କୁ ପଲିଥିନ, ଚୁଡା ଚାଉଳ, ବସ୍ତ୍ର ସାହଯ୍ୟ କରିଵା ସହିତ ପ୍ରଶାସନିକ ଅଧିକାରୀ ତଥା ଭୁବନ ଵିଡିଓ ଆୟୂଷୀ ମହାପାତ୍ର ,ତହସିଲଦାର ଅନିଲ ମହାନ୍ତି ଓ ରାଜସ୍ବ ନିରୀକ୍ଷକ ରାଜେଶ ଭୋଇ, ସରପଞ୍ଚ ଉତ୍ତମ ପଣ୍ଡା, ଆତ୍ମା ସଭାପତି ଜଗବନ୍ଧୁ ପୃଷ୍ଟି, ଗ୍ରାମ ସଭାପତି ସୌମ୍ୟ ରଞ୍ଜନ ଧୀରଙ୍କ ଉପସ୍ଥିତରେ ସମସ୍ତ ସହାୟତା ବ୍ୟବସ୍ଥା କରିଥିଲେ ।

ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ: ବିଧାୟକ

କ୍ଷତିଗ୍ରସ୍ତ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ଯୋଗାଇ ଦିଆଯିବା ସହିତ ଯଥା ଶୀଘ୍ର ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ବିଧାୟକ କହିଥିଲେ। ପୂର୍ବତନ ସମିତି ସଭ୍ୟ ବିମଲ ପଣ୍ଡା, ପଙ୍କଜ ନାୟକ ସଞ୍ଜୟ ଦାସ, ଜୟକୃଷ୍ଣ ପାତ୍ର, ରବୀନ୍ଦ୍ର ସ୍ୱାଇଁ, ଦଣ୍ଡ ଖଟୁଆ, ରବି ମଲ୍ଲିକ, ପବିତ୍ର ତରାଇ ଗଣେଶ୍ୱର ନାୟକ, ହୃଷିକେଶ ଦାସ, ସମୀର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଗାଁରେ ଥିବା ଏକ ମାତ୍ର ଢ଼ିଙ୍କି ଟି ନିଆଁ ଦାଉରୁ ବର୍ତ୍ତିଯାଇଛି।

ସୌଜନ୍ୟ ସମ୍ବାଦ