ମହାନଗର

ବଜାରରେ ଅଣ୍ଡା ଦର ଆକାଶଛୁଆଁ, ୨୭୦ ଟଙ୍କା ଛୁଇଁଲା ଟ୍ରେ

ଅଣ୍ଡା ଗୋଟିକୁ ୯ ଟଙ୍କା ହେଲାଣି । କିଛିଦିନ ତଳେ ଅଣ୍ଡା ୭ ଟଙ୍କା ଥିବା ବେଳେ ହଠାତ୍ ଦର ପୁଣି ୨ଟଙ୍କା ବଢ଼ିଯାଇଛି। କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ ୧୮୦ ଟଙ୍କା ଥିବା ବେଳେ ଏବେ ୨୭୦ଟଙ୍କା ଛୁଇଁଛି। ଯାହାକୁ ନେଇ ଚିନ୍ତାରେ ଖାଉଟି।

ଭୁବନେଶ୍ଵର: ଏବେ ଅଣ୍ଡା ଦରକୁ ନେଇ ଚିନ୍ତାରେ ଖାଉଟି। କାରଣ ବଜାରରେ ଏବେ ଅଣ୍ଡା ଦର ଆକାଶଛୁଆଁ। ଏବେ ଅଣ୍ଡା ଗୋଟିକୁ ହେଲାଣି ୯ ଟଙ୍କା। ଅଣ୍ଡା ଟ୍ରେ ୧୮୦ ଟଙ୍କା ଥିବା ବେଳେ ଏବେ ୨୭୦ଟଙ୍କା ଛୁଇଁଛି। ଖାଉଟି କହିଛନ୍ତି, ଏଥିପାଇଁ ଅନେକ ସମସ୍ୟା ହେଉଛି । ସେପଟେ ବ୍ୟବସାୟ ଉପରେ ଏହାର ସିଧା ପ୍ରଭାବ ପଡିଥିବା କହିଛନ୍ତି ବ୍ୟବସାୟୀ।

ଅଣ୍ଡା ଛୁଇଁବାକୁ ଲାଗୁଛି ଡର । ଆଉ କହିପାରିବାନି ଅଣ୍ଡ ହେଉଛି ଶସ୍ତା ସୁନ୍ଦର ଖାଦ୍ୟ। କାରଣ ଅଣ୍ଡା ଦର ଏବେ ଆକାଶଛୁଆଁ । ଅଣ୍ଡା ଗୋଟିକୁ ୯ ଟଙ୍କା ହେଲାଣି । କିଛିଦିନ ତଳେ ଅଣ୍ଡା ୭ ଟଙ୍କା ଥିବା ବେଳେ ହଠାତ୍ ଦର ପୁଣି ୨ଟଙ୍କା ବଢ଼ିଯାଇଛି। କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ ୧୮୦ ଟଙ୍କା ଥିବା ବେଳେ ଏବେ ୨୭୦ଟଙ୍କା ଛୁଇଁଛି। ଯାହାକୁ ନେଇ ଚିନ୍ତାରେ ଖାଉଟି।

ଖାଉଟି କହିଛନ୍ତି, ଏଥିପାଇଁ ଅନେକ ସମସ୍ୟା ହେଉଛି । ଏମିତି କି ଆଗ ଅପେକ୍ଷା ଏବେ ଅଣ୍ଡା ଖାଇବା କମିଛି। ସେପଟେ ବ୍ୟବସାୟ ଉପରେ ଏହାର ସିଧା ପ୍ରଭାବ ପଡିଥିବା କହିଛନ୍ତି ବ୍ୟବସାୟୀ। ଫାର୍ମରେ ଅଣ୍ଡା ଅଭାବ ପଡ଼ିଛି। ସେଠାକୁ ଆବଶ୍ୟକ ପରିମାଣର ଅଣ୍ଡା ଆସୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ମାସ ବେଳକୁ ଦର ଖସିଆସିବ ବୋଲି ଅନୁମାନ କରାଯାଇଛି।

ସେପଟେ ଏକଥାକୁ ହାଲକାରେ ନେଇଛନ୍ତି ମତ୍ସ ଓ ପ୍ରାଣୀସମ୍ପଦ ମନ୍ତ୍ରୀ । ସେ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ ଦିନ ୧ କୋଟି ୧୬ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଯାହାକି ପର୍ଯ୍ୟାପ୍ତ ନୁହେଁ । ଶୀତ ଦିନରେ ଅଣ୍ଡା ଉତ୍ପାଦନ କମ ହୋଇଥାଏ । ଏବଂ ବଜାରରେ ଚାହିଦା ବଢିଥାଏ । ବର୍ତ୍ତମାନ ବଜାରରେ ପରିବା ଦର ଆକାଶ ଛୁଆଁ ଥିବା ବେଳେ ଅଣ୍ଡା ଦର ବୃଦ୍ଧି ଖାଉଟିଙ୍କୁ ବେଶ ବାଧୁଛି

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button