Encroachment removed ତହସିଲ ସାମ୍ନାରୁ ହଟିଲା ଜବରଦଖଲ, ହାଟରେ ବୁଲିଲା ବୁଲଡୋଜର

ବାଲିପାଟଣା: ବାଲିପାଟଣା ତହସିଲ କାର୍ଯ୍ୟାଳୟ ସାମ୍ନାରୁ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ ଆଜି ପ୍ରଶାସନ ପକ୍ଷରୁ ହଟାଯାଇଛି। ପୂର୍ବରୁ ଜାରି ହୋଇଥିବା ନୋଟିସ ପରେ ଆଜି ବାଲିପାଟଣା ହାଟ ଅଞ୍ଚଳରେ ବୁଲଡୋଜର ଚଳାଇ ଅବୈଧ ନିର୍ମାଣ ଭାଙ୍ଗାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଫଳରେ ତହସିଲ ସାମ୍ନା ଅଞ୍ଚଳ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ହେବ ବୋଲି ପ୍ରଶାସନ କହିଛି।