ଦେଶ ବିଦେଶ

India-Pakistan : ଉତ୍ତେଜନା ସତ୍ତ୍ବେ ପରମାଣୁ ପ୍ରତିଷ୍ଠାନ ତାଲିକା ଆଦାନପ୍ରଦାନ କଲେ ଭାରତ, ପାକ୍

ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ରହିଛି। ଗତ ବର୍ଷ ମେ ମାସରେ ଭାରତର ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ଏହି ଉତ୍ତେଜନା ଚରମରେ ପହଞ୍ଚିଥିଲା । ଏହା ସତ୍ତ୍ବେ ଦୁଇଦେଶ ଗତ ୩୪ ବର୍ଷ ହେଲା ଏକ ପରମ୍ପରା ବଜାୟ ରଖିଛନ୍ତି ।

India-Pakistan : ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ରହିଛି। ଗତ ବର୍ଷ ମେ ମାସରେ ଭାରତର ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ଏହି ଉତ୍ତେଜନା ଚରମରେ ପହଞ୍ଚିଥିଲା । ଏହା ସତ୍ତ୍ବେ ଦୁଇଦେଶ ଗତ ୩୪ ବର୍ଷ ହେଲା ଏକ ପରମ୍ପରା ବଜାୟ ରଖିଛନ୍ତି । ତାହା ହେଉଛି ପରସ୍ପରର ପରମାଣୁ କେନ୍ଦ୍ର ତାଲିକା ଆଦାନ ପ୍ରଦାନ ।
ଗୁରୁବାର ଦିନ, ଉଭୟ ଦେଶ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ତାଲିକା ଆଦାନପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଉଭୟ ଦେଶ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ନୂଆଦିଲ୍ଲୀ ଏବଂ ଇସଲାମାବାଦରେ ଏକକାଳୀନ ପରମାଣୁ ପ୍ରତିଷ୍ଠାନ ଏବଂ କେନ୍ଦ୍ରଗୁଡ଼ିକର ତାଲିକା ଆଦାନପ୍ରଦାନ କରିଛନ୍ତି। ପରମାଣୁ ପ୍ରତିଷ୍ଠାନ ଏବଂ ସୁବିଧା ଉପରେ ଆକ୍ରମଣ ନିଷେଧ କରିବା ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଏହା କରାଯାଇଛି।

ପାକିସ୍ତାନ ସହିତ ପରମାଣୁ ପ୍ରତିଷ୍ଠାନର ତାଲିକା ଆଦାନପ୍ରଦାନ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି- “ଭାରତ ଏବଂ ପାକିସ୍ତାନ ନୂଆ ଦିଲ୍ଲୀ ଏବଂ ଇସଲାମାବାଦରେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ପରମାଣୁ ପ୍ରତିଷ୍ଠାନଗୁଡ଼ିକର ତାଲିକା ଆଦାନପ୍ରଦାନ କରିଥିଲେ। ଏହା ଦୁଇ ଦେଶ ମଧ୍ୟରେ ଏପରି ତାଲିକାର କ୍ରମାଗତ ୩୫ତମ ଆଦାନପ୍ରଦାନ। ଏହି ତାଲିକାର ପ୍ରଥମ ଆଦାନପ୍ରଦାନ ୧ ଜାନୁଆରୀ ୧୯୯୨ ରେ ହୋଇଥିଲା।”

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button