ଜାତୀୟ

Fire Tragedy : ଦୀପାବଳିରେ ବଡ଼ ଅଘଟଣ, ୨ଟି ପରିବାରର ୧୨ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ, ୧୧/୯ : ଦୀପାବଳିରେ ବଡ଼ ଅଘଟଣ । ମଧ୍ୟପ୍ରଦେଶର ସିବନୀ ଏବଂ କଟନୀ ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨ଟି ପରିବାର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୋଟ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଉଭୟ ଘଟଣାରେ ୬-୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନାନୁଯାୟୀ, କଟନୀ ଜିଲ୍ଲା ମୁଖ୍ୟାଳୟ ଠାରୁ ୫୫ କିମି ଦୂର ବରହି ଗାଁରେ ଦୀପାବଳି ରାତି ପ୍ରାୟ ସାଢେ ୧୧ଟା ବେଳେ ପୁରନ ଅଗ୍ରୱାଲ ଏବଂ ରିତେଶ ଅଗ୍ରୱାଲଙ୍କ ବାଣ ଦୋକାନରେ ନିଆଁ ଲାଗିଯାଇଥିଲା । ଦୋକାନ ଉପରେ ତିନି ମହଲା ଘରେ ପରିବାର ରହୁଥିଲା । ଦେଖୁଦେଖୁ ନିଆଁ ସମଗ୍ର କୋଠାକୁ ଗ୍ରାସିଦେଲା । ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା । ଫଳରେ ସମସ୍ତେ ଶ୍ଵାସରୁଦ୍ଧ ହୋଇଯାଇଥିଲେ । ଦୁର୍ଘଟଣାରେ ପରିବାରର ଛଅ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇଜଣ ବୃଦ୍ଧ, ଜଣେ ମହିଳା ଏବଂ ତିନି ଜଣ ପିଲା ଥିଲେ । ଜଣେ ପୁରୁଷ ଏବଂ ଜଣେ ମହିଳା ଖସି ପଳାଇ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।

ସେହିପରି ଦ୍ୱିତୀୟ ଘଟଣାଟି ସିବନୀ ଜିଲ୍ଲାର ଛପାରା ସହରର ମହାବୀର ୱାର୍ଡର ଜୈନ ମୋହଲ୍ଲାରେ ଘଟିଛି । ସୋମବାର ଭୋର ପ୍ରାୟ ୩ଟା ସମୟରେ ସୁନା ବ୍ୟବସାୟୀ କୁନ୍ଦନ ସୋନିଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ​​ଯେ ଘର ଭିତରେ ଶୋଇଥିବା ଲୋକମାନେ ବାହାରକୁ ବାହାରିବାକୁ ସୁଯୋଗ ପାଇଲେ ନାହିଁ । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଛଅ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ କୁନ୍ଦନ ଲାଲ ସୋନି (୭୫ ବର୍ଷ), ରାଜକୁମାରୀ ସୋନି (୬୫ ବର୍ଷ), ଋତୁ ସୋନି (୪୨ ବର୍ଷ), ସ୍ମୃତି ସୋନି (୪୦ ବର୍ଷ), ସୂର୍ଯ୍ୟ ସୋନି (୪୫ ବର୍ଷ) ଏବଂ ଆଦିତ୍ୟ ସୋନି (୧୬ ବର୍ଷ) ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button