ଜଳବାୟୁ

Babu is holding: ବାବୁ ବୈଠକ କରୁଛନ୍ତି କାର୍ଯ୍ୟାନ୍ବୟନ ଶୂନ

ରାଜଧାନୀର ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି। ବୈଠକ ପରେ ବିଜ୍ଞପ୍ତି ଜାରି କରି ବିଏମ୍‌ସି ଚୁପ୍‌ ବସିପଡ଼ିଛି। ରାସ୍ତାରେ ପାଣି ସିଞ୍ଚନ କରିବାକୁ ୫ ଦିନ....

ଭୁବନେଶ୍ବର: ରାଜଧାନୀର ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି। ବୈଠକ ପରେ ବିଜ୍ଞପ୍ତି ଜାରି କରି ବିଏମ୍‌ସି ଚୁପ୍‌ ବସିପଡ଼ିଛି। ରାସ୍ତାରେ ପାଣି ସିଞ୍ଚନ କରିବାକୁ ୫ ଦିନ ତଳେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ମଧ୍ୟରେ ସହରରେ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯାଇଛି। ତାହା ଆସନ୍ତା ୭ ଦିନ ପର୍ଯ୍ୟନ୍ତ କିଭଳି ପାଳନ ହେବ, ପ୍ରଶ୍ନ ଉଠିଛି।

ଗତ ସପ୍ତାହର ନିଷ୍ପତ୍ତି ଅନୁଯାୟୀ ଲିଙ୍ଗରାଜ ମନ୍ଦିର ଅଞ୍ଚଳ ଅଧିକ ପ୍ରଦୂଷିତ ହେଉଥିବାରୁ ସେଠାରେ ପ୍ରତି ୩ରୁ ୪ ଘଣ୍ଟା ବ୍ୟବଧାନରେ ପାଣି ସିଞ୍ଚନ ହୋଇଥାନ୍ତା। କୋଇଲା ଓ କାଠକୁ ଜାଳେଣି ଭାବେ ବ୍ୟବହାର କରୁଥିବା ହୋଟେଲ, ଢାବା, ସ୍କୁଲ, କଲ୍ୟାଣ ମଣ୍ଡପ, ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକୁ ଯାଞ୍ଚ କରିବାକୁ କୁହାଯାଇଥିଲା। କେବଳ ଧାର୍ମିକ ଅନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କୋଇଲା କିମ୍ବା କାଠ ବ୍ୟବହାର ନ କରିବାକୁ କୁହାଯାଇଥିଲା। ବିଏମ୍‌ସିର ସମସ୍ତ ଜୋନାଲ୍‌ ଅଧିକାରୀ, ସହର ଶିକ୍ଷା ଅଧିକାରୀ, ପର୍ଯ୍ୟଟନ ଅଧିକାରୀ, ଭୁବନେଶ୍ବର ଏସ୍‌ଡିଏମ୍‌ ନିୟମିତ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ କ୍ଷମତା ଦିଆଯାଇଥିଲା। ମାତ୍ର ତାହା ହୋଇପାରି ନାହିଁ।

ବସ୍‌ଷ୍ଟାଣ୍ତଗୁଡ଼ିକରେ ନିୟମିତ ପାଣି ସିଞ୍ଚନ, ବସ୍‌ ଡିପୋ କ୍ୟାମ୍ପସ ସଫେଇ, ବସ୍‌ ଧୋଇବେ ବୋଲି କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଅନୁରୂପ ନିର୍ଦ୍ଦେଶନାମା ବିଏସ୍‌ଏବିଟି କର୍ତ୍ତୃପକ୍ଷଙ୍କୁ ବି ଦିଆଯାଇଛି। କ୍ରୁଟ୍‌ ଏମ୍‌ଡି, ବିଏସ୍‌ଏବିଟି ସ୍ବତନ୍ତ୍ର ଅଧିକାରୀ, ବିଡିଏ ସଚିବ ଓ ବିଏମ୍‌ସିର ସମସ୍ତ ଜୋନାଲ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ଦିଆଯାଇଛି। ବାହାରେ ଯେପରି କେହି ଆବର୍ଜନା ନ ଜାଳନ୍ତି ସେଦିଗରେ ଜୋନାଲ୍‌ ଅଧିକାରୀମାନେ ପଦକ୍ଷେପ ନେବେ। ମଧ୍ୟାହ୍ନଭୋଜନ ରୋଷେଇ ସମୟରେ ପ୍ରଦୂଷଣମୁକ୍ତ ଜାଳେଣି ବ୍ୟବହାର କରିବାକୁ ସହର ଶିକ୍ଷା ଅଧିକାରୀକୁ କୁହାଯାଇଛି। ପିକ୍‌ନିକ୍‌ ସ୍ଥାନରେ କଠିନ ଇନ୍ଧନ ବ୍ୟବହାର ଉପରେ କଟକଣା ଲାଗିଛି ଏବଂ ଉଲ୍ଲଂଘନ ହେଲେ ବିଏମ୍‌ସି ଡିସି(ପିଆର ଆଣ୍ଡ କମ୍ୟୁନିକେସନ), ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଚନ୍ଦକା ଓ ସିଟି ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଇଡ୍‌କୋ ଅଞ୍ଚଳରେ ରାସ୍ତା ସମସ୍ୟାର ସମାଧାନ ସହ ଦୈନିକ ତିନିଥର ପାଣି ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି। କୋଠା ନିର୍ମାଣ ଅନୁମତି ନେବା ବେଳେ ବାୟୁ ଗୁଣବତ୍ତା ମାନ ଯେପରି ଠିକ୍‌ ରହିବ ସେଦିଗରେ ବିଏମ୍‌ସି ପ୍ଲାନିଂ ସେକ୍ସନର ‌ସିଟି ପ୍ଲାନରମାନେ ପଦକ୍ଷେପ ନେବେ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button