ବିଶେଷ

Doctor Advice: ଶ୍ବାସ ରୋଗ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ, ଏ ନେଇ କ’ଣ କୁହନ୍ତି ଡାକ୍ତର…

ଶ୍ବାସ ରୋଗ ଜନ୍ମରୁ ହୋଇପାରେ। ଶିଶୁଙ୍କଠାରେ ଦେଖାଯାଉଥିବା ସବୁ ସଙ୍କେତ ଶ୍ବାସ ରୋଗ ନୁହେଁ। ୫ ବର୍ଷ ପରେ ସଠିକ୍‌ ପରୀକ୍ଷା କରିବା ପରେ ଜଣାପଡ଼େ। ବୟସ୍କ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି।

  • ଶ୍ବାସ ରୋଗ ଜନ୍ମରୁ ହୋଇପାରେ। ଶିଶୁଙ୍କଠାରେ ଦେଖାଯାଉଥିବା ସବୁ ସଙ୍କେତ ଶ୍ବାସ ରୋଗ ନୁହେଁ। ୫ ବର୍ଷ ପରେ ସଠିକ୍‌ ପରୀକ୍ଷା କରିବା ପରେ ଜଣାପଡ଼େ। ବୟସ୍କ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି। କିନ୍ତୁ ଅଧିକ ପରିମାଣରେ କିଶୋର ଅବସ୍ଥାରୁ ୩୫ ବର୍ଷ ବୟସର ପିଲାମାନେ ଶ୍ବାସ ରୋଗର ଶିକାର ହୋଇଥାଆନ୍ତି। ଭାରତୀୟ ରେକର୍ଡ ଅନୁସାରେ ୨ରୁ ୩ ପ୍ରତିଶତ ରୋଗୀ ଶ୍ବାସ ରୋଗରେ ପୀଡ଼ିତ।
  • ଏହାର ଲକ୍ଷଣ କ’ଣ?
    ମଝିରେ ମଝିରେ କାଶ ଲାଗି ରହିବା, ଧଇଁସଇଁ ଲାଗିବା, ପ୍ରଶ୍ବାସ ନେଲାବେଳକୁ ଶବ୍ଦ ହୋଇଥାଏ। ଋତୁ ପରିବର୍ତ୍ତନ ସମୟରେ, ଜର ହେଲା ପରେ ଏହାର ଲକ୍ଷଣ ଦେଖାଯାଇଥାଏ। ଅଧିକାଂଶ ଲୋକଙ୍କର ଆଲର୍ଜି ସମସ୍ୟା ଥାଏ। ସେଥିମଧ୍ୟରୁ ଡଷ୍ଟ ଆଲର୍ଜି ହିଁ ଶ୍ବାସ ରୋଗର ମୁଖ୍ୟ କାରଣ। ଏହି ଆଲର୍ଜିରେ ନାକରୁ ପାଣି ବାହାରିଥାଏ, ତଣ୍ଟି ଗତ ଗତ ହୋଇଥାଏ ଓ ଲଗାତାର ଛିଙ୍କ ହୋଇଥାଏ ଯାହାଦ୍ବାରା ଏହି ରୋଗ ହେବାର ସମ୍ଭାବନା ବଢ଼ାଇ ଦେଇଥାଏ।
  • ଶ୍ବାସ ରୋଗର କାରଣ ଓ ଏହାର ଚିକିତ୍ସା କ’ଣ ରହିଛି?
    ଏହା ଏକ ବଂଶଗତ ରୋଗ। ପରିବେଶ ପ୍ରଦୂଷଣ, ଅଧିକ ଦିନ ଜର ଲାଗି ରହିବା କାରଣରୁ ଏହି ରୋଗ ହୋଇଥାଏ। ଏହି ରୋଗ ଦୁଇ ପ୍ରକାର ପରୀକ୍ଷା ଯଥା: ସ୍ବାଇରୋମେଟ୍ରି, ଅସଲାମେଟୋରି ଦ୍ବାରା ଜଣାପଡୁଛି। ଏହାର ଚିକିତ୍ସା କେବଳ ହେଉଛି ସତର୍କତା। କୁକୁର  ଓ ବିଲେଇଙ୍କଠାରୁ ଦୂରେଇ ରହିବା, ଧୂଆଁ ଓ ଧୂଳିରୁ ଦୂରେଇ ରହିବା ଏବଂ ଋତୁ ବଦଳିବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ।
  • ଶ୍ବାସ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଥାଏ କି?
    ହଁ ଏହି ରୋଗକୁ ଯଦି ଆମେ ନିୟନ୍ତ୍ରଣ ଭିତରେ ରଖି ପାରି‌ବା ତେବେ ଏହାକୁ ଦୂରେଇ ପାରିବା। ଇନ୍‌ହେଲର୍‌ର ଡୋଜ୍‌ ମଧ୍ୟ ଶ୍ବାସ ରୋଗକୁ ନିୟନ୍ତ୍ରଣ ଭିତରେ ରଖେ। ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମକୁ ସତର୍କ ରହିବା ଉଚିତ।
  • ଏହାର ଘରୋଇ ଉପଚାର କ’ଣ ରହିଛି?
    ଘରୋଇ ଉପଚାର ସେମିତି କିଛି ନାହିଁ। ନିଜର ଯତ୍ନ ନେବା ଓ ପ୍ରାଣାୟମ କରିବା ଦ୍ବାରା ଆମ ଶରୀର ସୁସ୍ଥ ରହିଥାଏ।

    ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button