ଓଡିଶା

ବଢୁଛି ଯାତ୍ରା ଝମେଲା, ପୀୟୁଷଙ୍କ ପରେ ସିଂହବାହିନୀ ପାର୍ଟି ମାଲିକଙ୍କୁ କୋର୍ଟଙ୍କ ନୋଟିସ୍…

ଭୁବନେଶ୍ୱର ୧୦।୦୧ :  ଯାତ୍ରାରେ ଚାଲିଛି ଯାତେରା । ଜଲିଉଡ୍‌ ଷ୍ଟାର ପୀୟୁଷ ତ୍ରିପାଠୀଙ୍କୁ କୋର୍ଟ ନୋଟିସ ଦେଇଛନ୍ତି । ଆସନ୍ତା ୧୨ ତାରିଖରେ ହାଜର ହେବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଆସିଥିଲା । ଯାହାଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୀୟୁଷ। ସେ କହିଛନ୍ତି ଯେ, ମୁଁ କୋର୍ଟରେ ହାଜର ହେବି। ନ୍ୟାୟପାଳିକା ଉପରେ ମୋର ଭରଷା ଅଛି। ଘଟଣା ସେତେ ବଡ଼ ନୁହେଁ, ଯାହା ହେବ ଭଲ ହେବ। ଯେପର୍ଯ୍ୟନ୍ତ ମଞ୍ଚ ନଚଢିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି, ସେପର୍ଯ୍ୟନ୍ତ ଯାତ୍ରା କରିବିନି। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବି।  ସେହିପରି ସିଂହବାହିନୀ ମାଲିକ ସଂଜୀବ ପାଢୀଙ୍କୁ ମଧ୍ୟ କୋର୍ଟ ପକ୍ଷରୁ ନୋଟିସ ଆସିଛି । ସୂର୍ଯ୍ୟମନ୍ଦିର ମାଲିକଙ୍କ ପକ୍ଷରୁ ଦାୟର ହୋଇଥିବା ଏତଲାର ଶୁଣାଣି କରି କୋର୍ଟ ଏହି ନୋଟିସ ଦେଇଛନ୍ତି । ପ୍ରଥମେ ପୀୟୁଷଙ୍କୁ ଆସିଥିଲା, ଆଉ ଏବେ ସିଂହବାହିନୀ ଯାତ୍ରା ପାର୍ଟି ମାଲିକଙ୍କୁ ନୋଟିସ ଆସି।

ଯାତ୍ରାରୁ ବିଶ୍ରାମ ନେଇଥିବା ଜଲିଉଡ୍ ସୁପରଷ୍ଟାର ପୀୟୁଷ ତ୍ରିପାଠୀ ନୂଆବର୍ଷରେ ମଞ୍ଚ ଚଢିଥିଲେ। ଜାନୁଆରୀ ୫ ତାରିଖରେ ଯାତ୍ରା ସିଂହବାହିନୀର ନାଟକ ‘ତୁ ମୋ ବଜରଙ୍ଗୀ’ ଜରିଆରେ ଏଣ୍ଟ୍ରି କରିଥିଲେ। ଏହି ନାଟକ ଏବଂ ପୀୟୂଷଙ୍କ ଅଭିନୟ ଦେଖିବାକୁ ହଜାର ହଜାର ଦର୍ଶକ ଅନଲାଇନରେ ଆଗୁଆ ଟିକଟ୍ ବୁକ୍ କରିଥିଲେ। ଚଣ୍ଡିଖୋଲରେ ନାଟକଟି ମଞ୍ଚସ୍ଥ ହୋଇଥିଲା ବେଳେ ଏବେ କଟକର ଟାଙ୍ଗୀରେ ନାଟକ ମଞ୍ଚାୟନ ହୋଇଥାନ୍ତା । ହେଲେ ନୂଆବର୍ଷରୁ ପୀୟୂଷ ମଞ୍ଚ ଚଢିବାକୁ ନେଇ ଅପେରା ସୂର୍ଯ୍ୟମନ୍ଦିର ଓ ଯାତ୍ରା ସିଂହବାହିନୀ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। କଳି କୋର୍ଟରେ ପହଞ୍ଚିଥିଲା ବେଳେ ଯାତ୍ରାର ଝମେଲା ଆହୁରି ବଢ଼ିଯାଇଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷ ମଞ୍ଚକୁ ଚଢ଼ିପାରିବେନି ବୋଲି ଭୁବନେଶ୍ୱର ସିଭିଲ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ କରିବା ମାମଲାରେ ଅଦାଲତ ଏହି ରୋକ୍ ଲଗାଇଛନ୍ତି। ଆଗାମୀ ଶୁଣାଣି ତାରିଖ ଆସନ୍ତା ୧୨କୁ ଧାର୍ଯ୍ୟ କରାଯାଇଛି।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button