ଓଡିଶା
2 Young Men Death Accident ବିଦ୍ୟୁତ ଖୁଣ୍ଟରେ ପିଟି ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ
ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଲିମାମଡ଼ା ଗ୍ରାମ ନିକଟରେ ଏକ electric poleରେ ପିଟି ହୋଇ ୨ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି I

ରାୟଗଡ଼ା: ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଲିମାମଡ଼ା ଗ୍ରାମ ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ୨ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି I ମୃତକ ଦ୍ବୟ ହେଲେ ଗୁଡ଼ାରି ଥାନା ଅନ୍ତର୍ଗତ ନିଲାଗୁଡ଼ା ଗ୍ରାମର ମୁନା କିମ୍ଵାକା ଓ କ୍ରିଷ୍ଣା କିମ୍ଵାକା।
ମିଳିଥିବା ସୂଚନା ଅନୁଯାୟୀ, ମୃତ ଦୁଇ ସମ୍ପର୍କୀୟ ଭାଇ କୌଣସି ଏକ କାମରେ ଗୁଣପୁର ଆସି ଘରକୁ ଫେରିବା ସମୟରେ ଲିମାମଡ଼ା ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟିହୋଇଥିଲା ବାଇକ। ଦୁର୍ଘଟଣାରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ଉଭୟଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୌଜନ୍ୟ ସମ୍ବାଦ




