uncategories
Literature: କବିତା ‘କାହାକୁ ବିଶ୍ବାସ କରିବ’ ସଂଗ୍ରାମ ଜେନାଙ୍କ ଜେନାଙ୍କ କଲମରୁ ନିସୃତ…
କବିତାରେ କବି ଜୀବନର ସମସ୍ତ ଆଶ୍ରୟ ଓ ବିଶ୍ୱାସକୁ ପ୍ରଶ୍ନ କରିଛନ୍ତି। କବି କହିଛନ୍ତି, ଧର୍ମ, ସମ୍ପର୍କ ଓ ଆଦର୍ଶ ସବୁ ମୁଖା ପରି, ଯାହା ଦିନେ ନା ଦିନେ ଖସିପଡ଼ିବ। ବିଶ୍ୱାସ ହେଉଛି ହୃଦୟ, ଯାହା ସବୁକିଛି ଦେଖି ଓ ଶୁଣି ଶେଷରେ ନିଜ ଭିତରକୁ ଫେରିପାରେ। ଏହା ହିଁ ସତ୍ୟ।

କାହାକୁ ବିଶ୍ବାସ କରିବ
ସଂଗ୍ରାମ ଜେନା
ଥରେ ଭାବ
କାହାକୁ ବିଶ୍ବାସ କରିବ
ଅସ୍ଥିର ନଈ
ନା ସ୍ଥିର ପାହାଡ଼
ଚାଲିଯାଇଥିବା ବାଟୋଇ
ନା ରହିଯାଇଥିବା ବରଗଛ
ଛୁଆଁ ମାଟି
ନା ଅଛୁଆଁ ଆକାଶ




