ଅପରାଧଓଡିଶା

Illegal Pharmacy Exposed: ବିନା ଲାଇସେନ୍ସରେ ଚାଲିଥିଲା ମେଡ଼ିସିନ ଦୋକାନ, ହଠାତ ଚଢ଼ାଉ କଲା ଡ୍ରଗ୍ସ ସ୍କ୍ୱାଡ୍

ଦୋକାନରେ ଚଢ଼ାଉ ପରେ ଡ୍ରଗ୍ସ ବିଭାଗ ଦୋକାନ ମାଲିକଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା। ବିପୁଳ ପରିମାଣର ଔଷଧ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ ଚାଲିଥିଲା।

ଖୋର୍ଦ୍ଧା ବାଣପୁର ବଜାରରେ ବେଧଡକ ଚାଲିଥିଲା ବେଆଇନୀ ଔଷଧ ବ୍ୟବସାୟ। ବିନା ଲାଇସେନ୍ସରେ ଚାଲିଥିଲା ଏଲୋପ୍ୟାଥି, ହୋମିଓପ୍ୟାଥି ଠୁ ଆରମ୍ଭ କରି ଆୟୁର୍ବେଦିକ ମେଡିସିନ ବେପାର। ବର୍ତ୍ତମାନ ବେଆଇନୀ ଔଷଧ ବ୍ୟବସାୟର ପର୍ଦ୍ଦାଫାସ କରିଛି ଡ୍ରଗ୍ସ ସ୍କ୍ୱାଡ୍ ।

ବାଣପୁର ବଜାରରେ ବିନା ଲାଇସେନ୍ସରେ ଔଷଧ ବ୍ୟବସାୟ ଖବର ପାଇ ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୪ ଜଣିଆ ଡ୍ରଗ୍ସ ସ୍କ୍ୱାଡ୍ ବାଣପୁରକୁ ଆସି ଚଢ଼ାଉ କରିଥିଲେ। ପ୍ରାୟ ୬ ଘଣ୍ଟା ଧରି ଛାନଭିନ ପରେ ୬୦ ରୁ ୬୫ ପ୍ରକାରର ଏଲୋପ୍ୟାଥି ଔଷଧ ସହ ହୋମିଓପ୍ୟାଥି ଔଷଧ ମଧ୍ୟ ଜବତ କରାଯାଇଛି।

ଅଧିକ ତଦନ୍ତ ହେବ

‘ଆରୋଗ୍ୟ ସଦନ’ ନାମରେ ଚକଚକିଆ ବୋର୍ଡ ଲଗାଇ ଗ୍ରାହକଙ୍କୁ ଠକିବାର ଚତୁର ଉପାୟ ଅପଣାଇଥିବା ବ୍ୟବସାୟୀ ଦୀର୍ଘ ସମୟ ଧରି ନିର୍ଭୟରେ ଦୋକାନ ଖୋଲି ରଖିଥିଲେ। ଦୋକାନରେ ଚଢ଼ାଉ ପରେ ଡ୍ରଗ୍ସ ବିଭାଗ ଦୋକାନ ମାଲିକଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା। ବିପୁଳ ପରିମାଣର ଔଷଧ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ ଚାଲିଥିଲା। ଏହି ଘଟଣାରେ ମାମଲା ରୁଜୁ ହେବା ସହ ଔଷଧ କେଉଁଠୁ ଆସୁଥିଲା ଓ କିଏ ଦେଉଥିଲା, ସେଥିରେ ମଧ୍ୟ ତଦନ୍ତ କରାଯିବ ବୋଲି ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର କହିଛନ୍ତି।

ବାଣପୁର ପୋଲିସ ଓ ମାଜିଷ୍ଟ୍ରେଟ ଭାବରେ ବାଣପୁର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ୩ ଜଣ ଡ୍ରଗ୍ ଇନ୍ସ୍ପେକ୍ଟର ସହ ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର ଏହି ଚଢ଼ାଉ କରିଥିଲେ। ପ୍ରାୟ ୬ ଘଣ୍ଟା ଧରି ଛାନଭିନ ପରେ ୬୦ ରୁ ୬୫ ପ୍ରକାରର ଏଲୋପ୍ୟାଥି ଔଷଧ ସହ ହୋମିଓପ୍ୟାଥି ଔଷଧ ମଧ୍ୟ ଜବତ କରାଯାଇଛି।

ଏଲୋପ୍ୟାଥି, ହୋମିଓପ୍ୟାଥି ଓ ଆୟୁର୍ବେଦିକ ମେଡ଼ିସିନ ହେଉଥିଲା ବିକ୍ରି
ବାଣପୁର ବଜାରରେ ଆଡ୍ଡା ଜମାଇଥିଲା ବେପାରୀ
‘ଆରୋଗ୍ୟ ସଦନ’ ନାମରେ ଚାଲିଥିଲା ଠାକାମୀ
ବିପୁଳ ପରିମାଣର ଔଷଧ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

 

ସୌଜନ୍ୟ OTV

Leave a Reply

Your email address will not be published. Required fields are marked *

Back to top button