Editorial: ସୁବର୍ଣ୍ଣ ଭ୍ରମ

ଜାନୁଆରି ୧୦ରେ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁସାରେ ସେଠାରେ ବେକାରିର ଆକାର ଆଶଙ୍କା କରାଯାଉଥିବା ସ୍ତର ଠାରୁ ତଳେ ରହିଛି। ଏଣୁ ନିବେଶକମାନେ ବିଶ୍ବାସ କରୁଛନ୍ତି ଯେ ‘ଫେଡ୍’ ଏବେ ସୁଧ ହାରରେ ହ୍ରାସ ଘଟାଇବାକୁ ଯାଉ ନାହିଁ। ଫଳରେ ସେମାନେ ଆମେରିକାରେ ଉପଲବ୍‌ଧ ଉଚ୍ଚା ସୁଧ ଦ୍ବାରା ଆକର୍ଷିତ ହୋଇ ଭାରତ ଭଳି ବିକାଶଶୀଳ ଦେଶମାନଙ୍କରୁ ପୁଞ୍ଜି ପ୍ରତ୍ୟାହାର କରି ଅଧିକ ଲାଭ ସନ୍ଧାନରେ ଆମେରିକାମୁହଁା ହେବାରେ ଲାଗିଛନ୍ତି। ଏହା ହିଁ ହେଉଛି ଟଙ୍କାର ବିନିମୟ ଦୁର୍ବଳତାର କାରଣ।