ବଡ଼ବିଲ: କେନ୍ଦୁଝର ଜିଲ୍ଲାର ଖଣି ସହର ବଡ଼ବିଲରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ସଶସ୍ତ୍ର ଡକାୟତି ହୋଇଛି। କିରିବୁରୁଛକ-ବଲାଣି ରାସ୍ତାର ଏସ୍ଡିପିଓଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏହି ବ୍ୟାଙ୍କରେ ଆଜି ଅପରାହ୍ଣ ୨ଟା ବେଳେ ୬ଜଣ ଲୁଟେରା ପଶି ବନ୍ଧୁକ ଦେଖାଇ ୭କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଓ ୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବଡ଼ବିଲ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁଇଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। କେନ୍ଦୁଝର ପୁଲିସର ତିନିଟି ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାଇଥିବା ଜଣାପଡ଼ିଛି।

