ଓଡିଶା

Life has become a joke: ଥଟ୍ଟାମଜାରୁ ଝଡ଼ିଗଲା ଜୀବନ: ଭଣଜା ପେଟରେ ଭୁଜାଲି ଭୁସିଦେଲା ସମ୍ପର୍କୀୟ ମାମୁ

ମଙ୍ଗଳବାର ବିଳମ୍ବିତ ରାତିରେ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଭାପୁର ନାଥସାହିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ସାମାନ୍ୟ ବଚସାକୁ ନେଇ ସମ୍ପର୍କୀୟ ମାମୁର ଭୁଜାଲି ଚୋଟରେ ଭଣଜାର ମୃତ୍ୟୁ ଘଟିଛି।

ବାଲିପାଟଣା: ମଙ୍ଗଳବାର ବିଳମ୍ବିତ ରାତିରେ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଭାପୁର ନାଥସାହିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ସାମାନ୍ୟ ବଚସାକୁ ନେଇ ସମ୍ପର୍କୀୟ ମାମୁର ଭୁଜାଲି ଚୋଟରେ ଭଣଜାର ମୃତ୍ୟୁ ଘଟିଛି। ମୃତକ ହେଲେ ନାଥସାହିର ଲିପୁ ନାଥ(୧୯)। ହତ୍ୟା ଅଭିଯୁକ୍ତ ମାମୁ ମିଥୁନ ନାଥ ଓରଫ ହୁଗୁଳି ଫେରାର ହୋଇଯାଇଛି। ପ୍ରାଚୀ ନଦୀ ତ୍ରିବେଣୀ ଘାଟରେ ଚାଲିଥିବା ମହୋତ୍ସବର ଆନନ୍ଦ ଉଲ୍ଲାସ ଭିତରେ ଘଟିଥିବା ଏହି ହତ୍ୟାକାଣ୍ଡ ହଠାତ୍ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ବାଲିପାଟଣା ଥାନା ପୁଲିସ ଅଭିଯୁକ୍ତ ହୁଗୁଳିକୁ ଧରିବା ପାଇଁ ଖୋଜିବା ଆରମ୍ଭ କରିଛି।

ତ୍ରିବେଣୀ ପୀଠରେ ଚାଲିଥିବା ମହୋତ୍ସବ ଯୋଗୁ ଆଜି ସନ୍ଧ୍ୟାବେଳଠାରୁ ଅଠାନ୍ତର-ନୂଆଗାଁ ରାସ୍ତାରେ ଭାପୁର ନାଥସାହି ଛକରେ ବେଶ୍‌ ଜନଗହଳି ଥିଲା। ନାଥସାହିର ହୁଗୁଳି ରାସ୍ତାରେ ଏକାକୀ ବୁଲାଚଲା କରୁଥିଲା। ଏତିକିବେଳେ ସମ୍ପର୍କୀୟ ଭଣଜା ଲିପୁ ସେଠାରେ ପହଞ୍ଚି ହୁଗୁଳି ସହ ଥଟ୍ଟାମଜା କରିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଲିପୁ ଓ ହୁଗୁଳି ମଧ୍ୟରେ ଏମିତି ଥଟ୍ଟାମଜା ପ୍ରାୟ ସବୁବେଳେ ହୋଇଥାଏ। ଉଭୟେ ଉଭୟକୁ ଥଟ୍ଟାମଜାରେ ଗାଉଁଲି ଗାଳିମନ୍ଦ କରନ୍ତି। ମାତ୍ର ଆଜି ହୁଗୁଳି କୌଣସି କାରଣରୁ ରାଗମୁଡ୍‌ରେ ଥିବାରୁ ଲିପୁର ଥଟ୍ଟାମଜା, ଗେଲ ତାମସାକୁ ଗ୍ରହଣ କରିନଥିଲା।  ପ୍ରତିବଦଳରେ ଦୁଇ ଥାପଡ଼ ମାରିଥିଲା। ହୁଗୁଳିର ହଠାତ୍ ଏଭଳି ପ୍ରତିକ୍ରିୟା ଦେଖି ଲିପୁ ବିସ୍ମିତ ହୋଇଥିଲେ ହେଁ ପୁଣି ଥଟ୍ଟା କରିଥିଲା। କିନ୍ତୁ ଏଥର ହୁଗୁଳି ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ସେ ପାଖରେ ରଖିଥିବା ଏକ ଭୁଜାଲି ବାହାର କରି ଲିପୁ ପେଟରେ ଭୁସି ଦେଇଥିଲା। ଫଳରେ ଲିପୁଙ୍କ ପେଟରୁ ଅନ୍ତଃବୁଜୁଳା ବାହାରିଆସିଥିଲା। ଲିପୁ ପେଟକୁ ଜାବୁଡ଼ି ଧରି ତଳେ ପଡ଼ିଯାଇଥିଲେ। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ହୁଗୁଳି ସେଠାରୁ ଚମ୍ପଟ ମାରିଥିଲା। ଉପସ୍ଥିତ କିଛି ଲୋକ ଆମ୍ବୁଲାନ୍‌ସ ଯୋଗେ ସଂଜ୍ଞାହୀନ ଅବସ୍ଥାରେ ଲିପୁକୁ ବାଲିପାଟଣା ଡାକ୍ତରଖାନାକୁ ନେଇଥିଲେ।

ପ୍ରାଥମିକ ଚିକିତ୍ସା କରିସାରି ଡାକ୍ତର ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରିଥିଲେ। ମାତ୍ର ସେତେବେଳକୁ ଆଉ କିଛି ନଥିଲା। ଡାକ୍ତର ଲିପୁଙ୍କୁ ମୃତ ଘୋଷଣା କରିଥିଲେ। ତ୍ରିବେଣୀ ମହୋତ୍ସବ ବେଳେ ହୁଗୁଳି କ’ଣ ପାଇଁ ପାଖରେ ଭୁଜାଲି ଧରି ବୁଲୁଥିଲା, ତାହାକୁ ନେଇ ଲୋକେ ନାନାକଥା ଆଲୋଚନା କରୁଛନ୍ତି। ଲିପୁକୁ ଟାର୍ଗେଟ୍‌ କରିବା ପଛରେ କୌଣସି ବଡ଼ କାରଣ ନଥିବାରୁ ହୁଗୁଳି ଅନ୍ୟ କାହାକୁ ଟାର୍ଗେଟ୍‌ କରିଥିବା ନେଇ ଚର୍ଚ୍ଚା ହେଉଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button