ଖେଳ

ଭାରତ-କିଓ୍ୱି ଦ୍ୱିତୀୟ ଟି୨୦ : କୂଳଦୀପଙ୍କୁ ସୁଯୋଗ, ବାଦ୍ ପଡିପାରନ୍ତି ଅକ୍ଷର

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଟି୨୦ସିରିଜର ଦ୍ୱିତୀୟ ମୁକାବିଲା ଖେଳାଯିବ । ନାଗପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ । ଅଭିଷେକ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟ ଏବଂ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ବିଶାଳ ସ୍କୋର କରିଥିଲା । ଯାହାକୁ ନ୍ୟୁଜିଲାଣ୍ଡ୍ ଚେଜ୍ କରି ପାରିନଥିଲା । ତେବେ ମୁକାବିଲା ଜିତିବା ପରେ ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ଭରପୁର ରହିଛି ।

ରାୟପୁର,|୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଟି୨୦ସିରିଜର ଦ୍ୱିତୀୟ ମୁକାବିଲା ଖେଳାଯିବ । ନାଗପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ । ଅଭିଷେକ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟ ଏବଂ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ବିଶାଳ ସ୍କୋର କରିଥିଲା । ଯାହାକୁ ନ୍ୟୁଜିଲାଣ୍ଡ୍ ଚେଜ୍ କରି ପାରିନଥିଲା । ତେବେ ମୁକାବିଲା ଜିତିବା ପରେ ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ଭରପୁର ରହିଛି ।

ଅନ୍ୟଦିଗରେଦ୍ୱିତୀୟ ମ୍ୟାଚକୁ ଜିତିବା ପାଇଁ ଭ୍ରମଣକାରୀ ଟିମ୍ ଉଦ୍ୟମ କରିବ । ଯାହା ଦ୍ୱାରା ଦଳ ସିରିଜକୁ ବରାବର ସ୍ଥିତିକୁ ଆଣିପାରିବ । ହେଲେ ଭାରତୀୟ ଟିମ୍ ପାଇଁ ଆହତଜନିତ ସମସ୍ୟା ଚିନ୍ତାର କାରଣ ପାଲଟିଛି । ପ୍ରଥମ ମୁକାବିଲାରେ ଅକ୍ଷର ପଟେଲ ଆହତ ହୋଇଥିଲେ । ସେ ବୋଲିଂ କରୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ତେଣୁ ରାୟପୁରରେ ଖେଳାଯିବାକୁ ଥିବା ଆଜିର ମ୍ୟାଚରେ ତାଙ୍କୁ ବିଶ୍ରାମ ମିଳିପାରେ । ତାଙ୍କ ଜାଗାରେ କୂଳଦୀପ ଯାଦବ କିମ୍ବା ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିପାରେ ।

ସେହିପରି ନ୍ୟୁଜିଲାଣ୍ଡ ଦଳରେ କୌଣସି ପରବିର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି । ଦଳର ସମସ୍ତ ବ୍ୟାଟର ଏବଂ ବୋଲର ଭଲ ପ୍ରଦର୍ଶନ କରିଥିଲେ । ମ୍ୟାଚ୍ ହାରିଥିଲେ ବି ଦଳ୧୯୦ରନ୍ କରିଥିଲା । ବୋଲରମାନେ ମଧ୍ୟ ଓ୍ୱିକେଟ୍ ନେବାରେ ସଫଳ ହେଉଥିଲେ । ତେବେ କେବଳ କ୍ରିଷ୍ଟିଆନ୍ କ୍ଲାର୍କଙ୍କ ଜାଗାରେ ମ୍ୟାଟ୍ ହେନରୀ ଦଳରେ ସାମିଲ ହୋଇପାରନ୍ତି ।

ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ

ଆଭିଷେକ ଶର୍ମା, ସଞ୍ଜୁସାମସନ, ଇଶାନ କିଷାନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, କୁଲଦୀପ ଯାଦବ, ଜସପ୍ରିତ ବୁମରା, ଅର୍ଶଦୀପ ସିଂ. ବରୁଣ ଚକ୍ରବର୍ତ୍ତୀ

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button