ଦେଶ ବିଦେଶ

Operation SINDOOR: ଅପରେସନ ସିନ୍ଦୂରରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଭାରତ: ସ୍ୱିସ୍ ରିପୋର୍ଟ

ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ୨୦୨୫ ମେ’ ମାସର ଆରମ୍ଭରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ ସମୟରେ, ଭାରତୀୟ ସଶସ୍ତ୍ର ସେନା ପାକିସ୍ତାନର ଆଭ୍ୟନ୍ତର ଅଞ୍ଚଳରେ ଆକ୍ରମଣ କରିଥିଲା

ବର୍ନ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ୨୦୨୫ ମେ’ ମାସର ଆରମ୍ଭରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ ସମୟରେ, ଭାରତୀୟ ସଶସ୍ତ୍ର ସେନା ପାକିସ୍ତାନର ଆଭ୍ୟନ୍ତର ଅଞ୍ଚଳରେ ଆକ୍ରମଣ କରିଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ଆକାଶ ସଂଗ୍ରାମ ହୋଇଥିଲା। ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂରରେ ପାକିସ୍ତାନୀ ସେନାକୁ ପରାସ୍ତ କରିଥିଲା। ଭାରତର ଚାରି ଦିନିଆ ଅପରେସନର ସଫଳତାକୁ ସମଗ୍ର ବିଶ୍ୱ ସ୍ୱୀକାର କରିଥିଲା। ଏକ ବିସ୍ତୃତ ୟୁରୋପୀୟ ସାମରିକ ବିଶ୍ଳେଷଣ ଏବେ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ,ପାକିସ୍ତାନ ସହ ବାୟୁ ସଂଘର୍ଷ ସମୟରେ ଭାରତ ନିଜର ପ୍ରାଧାନ୍ୟ ବଜାୟ ରଖି ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାୟୁ ପ୍ରତିରକ୍ଷାକୁ ସୁରକ୍ଷିତ ରଖିଥିଲା।ଏକ ସ୍ୱିସ୍ ରିପୋର୍ଟରେ ଭାରତର ସଫଳତାର କାରଣ ମୁକାବିଲାର ଗତି ଓ ପରିସର ଉଭୟକୁ ନିୟନ୍ତ୍ରଣ କରିବା ନେଇ ଉଲ୍ଲେଖ କରାଯାଇଛି। ପାକିସ୍ତାନୀ ସେନା ବିଫଳ ହୋଇଥିବା ଏଥିରେ ଦର୍ଶାାଯାଇଛି। ଅପରେସନ୍ ସିନ୍ଦୂର: ଭାରତ-ପାକିସ୍ତାନ ବାୟୁ ଯୁଦ୍ଧ (୭-୧୦ ମେ’ ୨୦୨୫),ଶୀର୍ଷକ ଏହି ରିପୋର୍ଟ ସ୍ୱିଜରଲାଣ୍ଡରେ ଅବସ୍ଥିତ ଏକ ସ୍ୱାଧୀନ ସ୍ୱିସ୍ ସାମରିକ ଇତିହାସ ଓ ରଣନୈତିକ ଅଧ୍ୟୟନ ସଂଗଠନ ସ୍ୱିସ୍ ଇନଷ୍ଟିଚ୍ୟୁଟ୍ ଡି””ହିଷ୍ଟୋଇର୍ ଏଟ୍ ଡି ପ୍ରୋସ୍ପେକ୍ଟିଭ୍ସ ମିଲିଟାୟର୍ସ (ସିଏଚପିଏମ) ଦ୍ୱାରା ପ୍ରକାଶିତ ହୋଇଛି। ୧୯୬୯ ମସିହାରେ ପ୍ରତିଷ୍ଠିତ ଏହି ସଂସ୍ଥା କୌଣସି ସରକାରଙ୍କ ସହିତ ଜଡିତ ନହୋଇ ନିଜକୁ ଏକ ନିରପେକ୍ଷ ମଞ୍ଚ ଭାବରେ ଉପସ୍ଥାପିତ କରିବାକୁ ସକ୍ଷମ ହୋଇଛି।

Show More

Leave a Reply

Your email address will not be published. Required fields are marked *

Back to top button