Domestic Violence: ପ୍ରାଣାନ୍ତକ ଆକ୍ରମଣରେ ଆହତ ବୋହୂ ମେଡିକାଲରେ ଭର୍ତ୍ତି, ସ୍ବାମୀ ଗିରଫ
ନାରୀ ନିର୍ଯ୍ୟାତନା ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଉଗ୍ର ନେବାରେ ଲାଗିଛିl କେତେବେଳେ ଯୌତୁକ ପାଇଁ ନବ ବଧୂ ନିର୍ଯ୍ୟାତନାର ଶିକାର ହେଉଛି ତ ଆଉ କେତେବେଳେ କାମତୁର ପିଶାଚୁଙ୍କ ବାସନାର ଶିକାର ହେଉଛି।

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ନାରୀ ନିର୍ଯ୍ୟାତନା ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଉଗ୍ର ନେବାରେ ଲାଗିଛିl କେତେବେଳେ ଯୌତୁକ ପାଇଁ ନବବଧୂ ନିର୍ଯ୍ୟାତନାର ଶିକାର ହେଉଛି ତ ଆଉ କେତେବେଳେ କାମତୁର ପିଶାଚୁଙ୍କ ବାସନାର ଶିକାର ହେଉଛି। ମାଲକାନଗିରି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନିରୀହ ବୋହୁ ନିର୍ଯାତନାର ଶିକାର ହେବା ସହ ସ୍ବାମୀ, ଶ୍ବଶୁର ଓ ଶାଶୁଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପୁତ୍ରସନ୍ତନା ନପାଇବାରୁ ସ୍ବାମୀ, ଦେହର ଭୋକ ପାଇଁ ଶ୍ବଶୁର ଏବଂ ଯୌତୁକ ଲୋଭୀ ଶାଶୁ ନିର୍ଯାତନା ଦେବା ସହ ମାରନାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛିl ସଦର ଡାକ୍ତରଖାନରେ ଜୀବନ ମରଣ ସହ ନିର୍ଯାତିତ ବୋହୂ ନିଜର ନିଷ୍ପାପ ଶିଶୁକନ୍ୟା ସହିତ ଚିକିତ୍ସିତ ହେଉଛନ୍ତି। ବୋହୂକୁ ଅକଥନୀୟ ନିର୍ଯାତନା ନେଇ କାଲିମେଳା ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପୁଲିସ ଉପରେ ଅଙ୍ଗୁଳି ଉଠିଛି।
ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଂଚଳରେ ଏଭଳି ଘଟଣା ଘଟିଛି। ଏମ.ଭି-୮୦ ଗ୍ରାମାର ଅମୀୟ ମଣ୍ଡଳ ନିଜର ସାନଝିଅ ସ୍ୱପ୍ନା ମଣ୍ଡଳକୁ ଏମ.ପି.ଭି-୫୨ ଗ୍ରାମାର ଫନୀଭୂଷଣ ମଣ୍ଡଳଙ୍କ ପୁତ୍ର ସଞ୍ଜୟ ମଣ୍ଡଳଙ୍କ ସହ ୨୦୨୪ ମେ’ ମାସ ୧୩ ତାରିଖରେ ସମ୍ପୂର୍ଣ୍ଣ ବଙ୍ଗାଳି ରୀତିନୀତି ଅନୁଯାଇ ବିବାହ କରିଥିଲେ। ବିବାହ ସମୟରେ କାନ୍ୟପିତା ନିଜ ସାମର୍ଥ୍ୟ ଅନୁଯାୟୀ ଯୌତୁକ ଦେଇଥିଲେ। କିନ୍ତୁ ବିବାହର କିଛି ଦିନ ପରେ ସ୍ୱପ୍ନା ଉପରେ ଶଶୁର ଘର ଲୋକେ ଶାରୀରିକ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେl ସ୍ୱପ୍ନା ପରିବାରର ମାନସମ୍ମାନ ରକ୍ଷା କରିବାକୁ ଯାଇ ସବୁ ନିର୍ଯାତନା ସହିଯାଇଥିଲେl କିନ୍ତୁ ଶଶୁର ଘର ଲୋକଙ୍କ ନିର୍ଯାତନା ଦିନକୁ ଦିନ ଚରମ ସୀମାରେ ପହଁଚି ଯାଇଥିଲା। ଶ୍ୱଶୁର ଫାନୀଭୂଷଣ ସ୍ୱପ୍ନାକୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ୍ୟ କରି ଆସୁଥିଲାl ସ୍ୱପ୍ନା ବାରଣ କରିବାରୁ ବାରମ୍ବାର ଆକ୍ରମଣ କରୁଥିଲା। ଏହା ସହ ଶାଶୁ ଅଞ୍ଜଳି ମଣ୍ଡଳ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ଆସୁଥିଲାl ଏହି ସବୁକୁ ସ୍ୱାମୀ ସଞ୍ଜୟ ସମର୍ଥନ ଜଣାଇ ଆସୁଥିଲା। ସ୍ୱପ୍ନାର ବାପଘର ଲୋକ ଏଥିନେଇ ମୋଟୁ ଥାନାରେ ଅଭିଯୋଗ କରିଥିଲେ। ପରବର୍ତୀ ସମୟରେ ଉଭୟ ଏକ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଥିଲା। କିନ୍ତୁ ସ୍ୱପ୍ନା କନ୍ୟା ସନ୍ତାନଟି ଜନ୍ମ କରିବା ପରେ ସତେ ଯେମିତି ସ୍ୱପ୍ନର ସଂସାରରେ କଳା ବାଦଲ ଘୋଡେଇଦେଲା l
ବୋହୂ ସହ ସଂପର୍କ ରଖିବାକୁ ଶ୍ବଶୁରର ଉଦ୍ୟମ
ଗତ ୨୩ ତାରିଖ ଦିନ ଶ୍ୱଶୁର ସ୍ୱପ୍ନା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ୍ୟ କରି ଥିବା ବେଳେ ସ୍ୱପ୍ନା ବିରୋଧ କରିବାରୁ ତାକୁ ମୁହଁରେ ତକିଆ ଦେଇ ଜୀବନରୁ ମାରିଦେବା ଉଦ୍ୟମ କରିଥିଲା। କୌଶଳ କ୍ରମେ ଜୀବନ ବଞ୍ଚାଇ ଗ୍ରାମବାସୀଙ୍କୁ ସବୁ ବିଷୟ କହିଥିଲେ। ଗ୍ରାମବାସୀ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ଆସି କିଛି ବୁଝିବା ଆଗରୁ ଆକ୍ରମଣର ଶିକାର ହୋଇଥିଲେl ସ୍ୱପ୍ନାକୁ ଅମାନୁଷିକ ଭାବରେ ଚେଙ୍କ ଦେବା ସହ ଶରୀର ସାରା ଆଘାତ ଦେଇଥିଲେl ଏପରିକି କୋମଳ ମତି ଶିଶୁକନ୍ୟାକୁ ଜୀବନରୁ ମାରିଦେବା ଉଦ୍ୟମ କରିଥିଲେ ବୋଲି ସ୍ୱପ୍ନା ଏବଂ ପରିବାର ଲୋକେ ଅଭିଯୋଗ କରି କହିଛନ୍ତି l
ଝିଅ ପ୍ରତି ଅକଥନୀୟ ନିର୍ଯାତନା ଯୋଗୁଁ ସ୍ୱପ୍ନାର ମା’ ଦୀପାଳି ମଣ୍ଡଳ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗକୁ ଭିତ୍ତିକରି କାଲିମେଳା ପୁଲିସ ସ୍ୱାମୀ ସଞ୍ଜୟ ମଣ୍ଡଳ, ଶ୍ବଶୁର ଫନୀଭୂଷଣ ମଣ୍ଡଳ, ଶାଶୁ ଅଞ୍ଜଳି ମଣ୍ଡଳ, ନଣଦ ସଂଗୀତା ମଣ୍ଡଳ ଏବଂ ରାଜେଶ ମଣ୍ଡଳଙ୍କୁ ଅଭିଯୁକ୍ତ କରି ବିଏନଏସ ଧାରା ଲଗାଇ ତଦନ୍ତ କରୁଛି। ଅଭିଯୁକ୍ତ ସ୍ୱାମୀକୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ନିମନ୍ତେ ଉପରସ୍ତ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁ ଶବର କହିଛନ୍ତି l
ସୌଜନ୍ୟ ସମ୍ବାଦ




