ଅପରାଧ

Loot: ସିଏସ୍‌ସି ସମେତ ୧୧ଟି ଦୋକାନରେ କଳାକନା ବୁଲାଇଲେ

ଯାଜପୁର ଜିଲ୍ଲା ଧର୍ମଶାଳା ବଜାରରେ ଥିବା ବ୍ୟାଙ୍କ୍ ଅଫ୍ ବରୋଦା ଗ୍ରାହକ ସେବା କେନ୍ଦ୍ର ସମେତ ୧୧ଟି ଦୋକାନରୁ ଗତ ୨୫ତାରିଖ ରାତିରେ ସିରିଜ୍ ଚୋରି ହୋଇଛି। ଶୁକଦେବ ପରିଡ଼ାଙ୍କ ପାନଦୋକାନ ତାଲା ଭାଙ୍ଗି ପଶିଥିବା ଜଣେ ଚୋରକୁ କାବୁ କରି ଲୋକେ ଧର୍ମଶାଳା

ଧର୍ମଶାଳା: ଯାଜପୁରଜିଲ୍ଲା ଧର୍ମଶାଳା ବଜାରରେ ଥିବା ବ୍ୟାଙ୍କ୍ ଅଫ୍ ବରୋଦା ଗ୍ରାହକ ସେବା କେନ୍ଦ୍ର ସମେତ ୧୧ଟି ଦୋକାନରୁ ଗତ ୨୫ତାରିଖ ରାତିରେ ସିରିଜ୍ ଚୋରି ହୋଇଛି। ଶୁକଦେବ ପରିଡ଼ାଙ୍କ ପାନଦୋକାନ ତାଲା ଭାଙ୍ଗି ପଶିଥିବା ଜଣେ ଚୋରକୁ କାବୁ କରି ଲୋକେ ଧର୍ମଶାଳା ଥାନା ପୁଲିସକୁ ଜିମା ଦେଇଛନ୍ତି। ଏହି ଘଟଣାରେ ୩ ଜଣ ଅଭିଯୁକ୍ତ ଚୋରମୁହାଁ ଗ୍ରାମର ମ‌ନୋଜ ବେହେରା, ଚହଟା ଗ୍ରାମର ସନ୍ତୋଷ ରାଉତ ଓ ସୁନୀଲ ମହାନ୍ତିକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରମାକାନ୍ତ ନାୟକ ସୂଚନା ଦେଇଛନ୍ତି।

ରବିବାର ରାତିରେ ଲୁଟେରାମାନେ ଧର୍ମଶାଳା ବଜାରରେ ଥିବା ଅଚ୍ୟୁତାନନ୍ଦ ରାଉତଙ୍କ ତେଜରାତି ଦୋକାନ, ବାବୁଲି ମହାନ୍ତିଙ୍କ ଜଳଖିଆ ଦୋକାନ, ଯୋଗେନ୍ଦ୍ର ପାତ୍ରଙ୍କ ଜଳଖିଆ ଦୋକାନ, ଅଜୟ ବେହେରାଙ୍କ ବ୍ୟାଣ୍ତ ପାର୍ଟି ଗୋଦାମ, କାଳନ୍ଦୀ ସାହୁଙ୍କ ତେଜରାତି ଦୋକାନ, ସେକ୍ ବୁଦ୍ଦୁଙ୍କ ଫାଷ୍ଟଫୁଡ୍ ଷ୍ଟଲ, ସେକ୍ ସିକନ୍ଦରଙ୍କ ଭେରାଇଟି ଷ୍ଟୋର ସମେତ ଅନ୍ୟ ୨ଟି ତେଜରାତି ଓ ପରିବା ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଦୋକାନର ତାଲା ଭାଙ୍ଗି କେବଳ ଟଙ୍କା ପଇସା ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଥାନା ଠାରୁ ମାତ୍ର ୧୫୦ ମିଟର ମଧ୍ୟରେ ଗୋଟିଏ ରାତିରେ ୧୧ଟି ସ୍ଥାନରୁ ଚୋରି ହେବା ପ୍ରଥମ ଘଟଣା ବୋଲି କୁହାଯାଇଛି।

ସେହିପରି ୪ଦିନ ପୂର୍ବରୁ ଶାନ୍ତିବଜାର-କାଏମାରୋଡ଼ରେ ଥିବା ଏକ ଜର୍ଦା ଷ୍ଟୋରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ହୋଇଥିବା ଥାନାରେ ଏତଲା ଦିଆଯାଇଛି। କିଛିଦିନ ପୂର୍ବେ ପୁଲିସ୍‌ ମନ୍ଦିର ଚୋରି ଓ ଘରୁ ସିନ୍ଧି ଚୋରି କରୁଥିବା ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ଧରି କୋର୍ଟଚାଲାଣ କରିଛି। ଏହା ସତ୍ତ୍ବେ ପୁଣି ଧର୍ମଶାଳା ଥାନା ଅଞ୍ଚଳରେ ଚୋରି ବୃଦ୍ଧି ପାଇବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଉଦବେଗ ପ୍ରକାଶ କରିଛନ୍ତି। ବିଶେଷ କରି ଡ୍ରଗ୍ସ ଖାଉଥିବା ଯୁବକ ଏହି ଚୋରି କରୁଥିବା ଅଭିଯୋଗ ହୋଇଛି। ପୁଲିସ୍‌ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଦାବି ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button