କଟକ: କଟକ ବଡ଼ଡାକ୍ତରଖାନା ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସନାତନ ବେହେରାଙ୍କୁ ଭିଜିଲାନ୍ସ ଟିମ୍ ରାସ୍ତାରେ ମାଡ଼ିବସିଛି। ଡାକ୍ତର ବେହେରା ଏକ ଘରୋଇ କମ୍ପାନିରୁ ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ବିଭାଗରେ ଟେଣ୍ଡର ମାଧ୍ୟମରେ ଡାକ୍ତରୀ ଉପକରଣ କିଣାକୁ ନେଇ ଘରୋଇ କମ୍ପାନି ତାଙ୍କୁ ଏହି ଟଙ୍କା ଦେଇଥିବା ଭିଜିଲାନ୍ସ ଟିମ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ଅଧିକ ଖୋଳତାଡ଼ ଚାଲିଛି। ଭିଜିଲାନ୍ସ ତାଙ୍କ ସରକାରୀ ବାସଭବନରେ ଚଢ଼ଉ କରିବା ସହ ତାଙ୍କୁ ଗିରଫ କରିଛି।

