ମନୋରଞ୍ଜନ

The teaser of ‘Shikar: ରିଲିଜ୍ ହେଲା ‘ଶିକାର’ର ଟିଜର

ମୁନ୍ ଟିଭି ଓ ସିଦ୍ଧାର୍ଥ ଟିଭି ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଶିକାର’ର ଟିଜର୍ ରିଲିଜ୍ ହୋଇଛି। ୧ ମିନିଟ୍ ୨୮ ସେକେଣ୍ଡ୍‌ର ଏହି ଟିଜରର ଆରମ୍ଭରେ ରକ୍ତାକ୍ତ ଅବସ୍ଥାରେ ନାୟକ ଅମ୍ଳାନଙ୍କୁ ଦେଖିବାକୁ ମିଳୁଛି। ଚିତ୍କାର କରିବା ସହ ସେ ବନ୍ଧୁକ ଚଳାଉଥିବା ଦୃଶ୍ୟ ଟିଜରକୁ ଅଧିକ ରୋମାଞ୍ଚକର କରିଛି। ଅନ୍ୟପଟେ ଅଭିନେତ୍ରୀ ଏଲିନା ପ୍ରଥମ ଥର ଆଇନଜୀବୀ ଭୂମିକାରେ ନଜର ଆସିଛନ୍ତି। ସେ ଏକ ମାମଲାର ତଦନ୍ତ କରୁଥିବା ଦେଖାଯାଇଛି। ଟିଜରରେ ଅମ୍ଳାନଙ୍କ ଏକ ସଂଳାପ ରହିଛି- “ମୋତେ ନ୍ୟାୟ ଦେବା ବଦଳରେ ଆପଣଙ୍କ ସହ ଅନ୍ୟାୟ ହୋଇଯାଇପାରେ” ସିନେମାର ଟିଜରରେଏକ ବାର୍ତ୍ତା ଲେଖାଯାଇଛି, “ପ୍ରତ୍ୟେକ ଶିକାରୀ ଅସ୍ତ୍ର ବହନ କରନ୍ତି ନାହିଁ। କେହି ଯନ୍ତ୍ରଣା ସହିତ ଶିକାର କରନ୍ତି, କେହି ପ୍ରେମ ସହିତ ଓ କେହି ବିଶ୍ୱାସଘାତ ସହିତ ଶିକାର କରନ୍ତି। ନାୟକ ଓ ଖଳନାୟକଙ୍କ ଦୁନିଆରେ ଆପଣ କାହା ପକ୍ଷରେ ଅଛନ୍ତି?”

ମୃତ୍ୟୁଞ୍ଜୟ ସାହୁ ‘ଶିକାର’ର ନିର୍ଦ୍ଦେଶନା ଦେଇଥିବା ବେଳେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା। ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଡି.ଓ.ପି ରହିଛନ୍ତି ପ୍ରତାପ ରାଉତ, ସମ୍ପାଦନ କରିଛନ୍ତି ରାଜେଶ ଦାଶ।  ଏଥିରେ ଅମ୍ଳାନ ଦାସ, ଏଲିନା, ସୁପ୍ରିୟା ନାୟକ, ଅଙ୍କିତ, ତାପସ ସରଘରିଆ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଶାନ୍ତ ପାତ୍ର , ପ୍ରଭାତୀ, ସ୍ମିତା ମହାନ୍ତି, ଅଭିନବ ସିଂ, ଜ୍ଞାନ ହୋତା ଓ ପୁଷ୍ପା ପଣ୍ଡା ଅଭିନୟ କରିଥିବା ବେଳେ ବିଶେଷ ଭୂମିକାରେ ମଣ୍ଟୁ, ଲିପିକା ଓ ବବି ମିଶ୍ରଙ୍କୁ ଦେଖିବାକୁ ପାଇବେ ଦର୍ଶକ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button