ବାଣିଜ୍ୟ

Online Posting: ଅନଲାଇନ୍‌ରୁ ୩ ଘଣ୍ଟାରେ ହଟିବ ଆପତ୍ତିଜନକ ପୋଷ୍ଟ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟାପକ ଅପବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏ ସମ୍ପର୍କିତ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି। ଆପତ୍ତିଜନକ ପୋଷ୍ଟ୍‌ ଓ କଣ୍ଟେଣ୍ଟ୍‌ଗୁଡ଼ିକ ବିଷୟରେ ଜଣାଇବାର ତିନି ଘଣ୍ଟା ଭିତରେ ତାହା ହଟାଇବାକୁ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟାପକ ଅପବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏ ସମ୍ପର୍କିତ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି। ଆପତ୍ତିଜନକ ପୋଷ୍ଟ୍‌ ଓ କଣ୍ଟେଣ୍ଟ୍‌ଗୁଡ଼ିକ ବିଷୟରେ ଜଣାଇବାର ତିନି ଘଣ୍ଟା ଭିତରେ ତାହା ହଟାଇବାକୁ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି, ଡିପ୍‌ଫେକ୍‌ କ‌ଣ୍ଟେଣ୍ଟ୍‌ର ଲାବେଲିଂ କରିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ ଯେଉଁ କଣ୍ଟେଣ୍ଟ କିମ୍ବା ପୋଷ୍ଟକୁ ଡିପ୍‌ଫେକ୍‌ ଭଳି ଏଆଇ ପ୍ରଯୁକ୍ତି ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବ ତାହା ଡିପ୍‌ଫେକ୍‌ ବୋଲି କମ୍ପାନିଗୁଡ଼ିକ ନିଜ ଆଡ଼ୁ ଜଣାଇବେ। ଫଳରେ ସେହି କଣ୍ଟେଣ୍ଟ୍‌ କିମ୍ବା ପୋଷ୍ଟ୍‌ର ସତ୍ୟତାକୁ ନେଇ କୌଣସି ଦ୍ବନ୍ଦ୍ବ ରହିବନାହିଁ। ଏନେଇ ସୂଚନା ପ୍ରଯୁକ୍ତି ନିୟମରେ ସଂଶୋଧନ କରାଯାଇଛି। ଆଜିର ବିଜ୍ଞପ୍ତି ପ୍ରକାଶ ପାଇଛି।

ଚଳିତ ମାସ ୨୦ରୁ ତାହା ଲାଗୁ ହେବ। କେବଳ ସୋସିଆଲ ମିଡିଆ କମ୍ପାନି ନୁହେଁ, ଏଆଇକୁ ବ୍ୟବହାର କରି କଣ୍ଟେଣ୍ଟ ଅପ୍‌ଲୋଡ୍‌ କରୁଥିବା ବ୍ୟବହାରକାରୀମାନଙ୍କୁ ମଧ୍ୟ ସେମାନଙ୍କ ଦାୟିତ୍ବ ବିଷୟରେ ସଚେତନ କରାଯାଇଛି। ଏଆଇ ଟୁଲ୍‌ ବ୍ୟବହାର କରୁଥିଲେ ଆଗୁଆ ସୂଚନା ଦେବାକୁ ସେମାନଙ୍କୁ କୁହାଯାଇଛି। ବ୍ୟବହାରକାରୀମାନେ ପୋଷ୍ଟ୍‌ କରୁଥିବା କଣ୍ଟେଣ୍ଟ୍‌ ଏଆଇ ଦ୍ବାରା ସୃଷ୍ଟି ହୋଇଛି ନା ନାହିଁ ତାହା ଜାଣିବା ଲାଗି ବ୍ୟବସ୍ଥା କରିବାକୁ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଯଦି କୌଣସି ବ୍ୟକ୍ତି ସେଭଳି ପୋଷ୍ଟ୍‌ କରନ୍ତି ତେବେ କମ୍ପାନି ଗ୍ରହଣ କରିଥିବା ବ୍ୟବସ୍ଥାରେ ତାହା ଧରାପଡ଼ିଯିବ। ଯେଉଁ ଲୋକମାନେ ପୂର୍ବ ଘୋଷଣା ନ କରି ଏଆଇ କଣ୍ଟେଣ୍ଟ୍‌ ଅପ୍‌ଲୋଡ୍‌ କରିବେ ସେମାନଙ୍କୁ ସେଥିପାଇଁ ଦାୟୀ କରାଯିବ।

ଏଆଇ ପ୍ରଯୁକ୍ତି‌ରେ ବ୍ୟାପକ ଉନ୍ନତିି ହେବା ପରେ ତାହାକୁ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବା ଛବି, ଅଡିଓ ଓ ଭିଡିଓ କଣ୍ଟେଣ୍ଟ୍‌ର ସତ୍ୟତା ଜାଣିବା କଷ୍ଟକର ହୋଇପଡ଼ୁଛି। ଏହାର ଫାଇଦା ଉଠାଇ କିଛି ଅସାଧୁ ଗୋଷ୍ଠୀ ମିଥ୍ୟା ପ୍ରଚାର କରିବା, ଠକେଇ, ଉତ୍ପୀଡ଼ନ ଓ ଲୋକଙ୍କୁ ହଇରାଣ କରିବାରେ ମାତିଛନ୍ତି। ସେମାନଙ୍କୁ ସାବାଡ଼ କରିବା ଓ ନାଗରିକମାନଙ୍କୁ ଏକ ସୁରକ୍ଷିତ ଅନଲାଇନ୍‌ ପରିବେଶ ପ୍ରଦାନ କରିବା ପାଇଁ ସରକାର ଆଇଟି ନିୟମକୁ କଡ଼ାକଡ଼ି କରିଛନ୍ତି। ଏଆଇ ଓ ଡିପ୍‌ଫେକ୍‌ ଦ୍ବାରା ସୋସିଆଲ ମିଡିଆରେ ମହିଳାମାନେ ବ୍ୟାପକ ନିର୍ଯ୍ୟାତନା ଓ ଉତ୍ପୀଡ଼ନର ଶିକାର ହେଉଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button