ଓଡିଶା

School: ସ୍କୁଲ୍‌ ଆସିଲେନି ବୋଲି ଶହେ ଥର ଉଠ୍‌ବସ୍‌: ନବମ ଶ୍ରେଣୀ ଛାତ୍ର ଅସୁସ୍ଥ, ବଡ଼ଡାକ୍ତରଖାନାରେ ଭର୍ତ୍ତି

ସ୍କୁଲ୍‌ରେ ଅନୁପସ୍ଥିତ ରହିବା କାରଣରୁ ସ୍ଥାନୀୟ କିଶୋରନଗର ଚିନ୍ତାମଣି ସରକାରୀ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଶ୍ରେଣୀ ଶିକ୍ଷକ ଶହେ ଥର ଉଠ୍‌ବସ୍‌ କରାଇଛନ୍ତି। ଛାତ୍ରଜଣକ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କିଶନନଗର: ସ୍କୁଲ୍‌ରେ ଅନୁପସ୍ଥିତ ରହିବା କାରଣରୁ ସ୍ଥାନୀୟ କିଶୋରନଗର ଚିନ୍ତାମଣି ସରକାରୀ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଶ୍ରେଣୀ ଶିକ୍ଷକ ଶହେ ଥର ଉଠ୍‌ବସ୍‌ କରାଇଛନ୍ତି। ଛାତ୍ରଜଣକ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରଙ୍କ ବାପା ପ୍ରହରାଜପୁରର ଅଭିରାମ ପାଣିଙ୍କ ଅଭିଯୋଗ ମୁତାବକ, ତାଙ୍କ ପୁଅ ଜାନୁଆରି ମାସରେ କିଛିଦିନ ସ୍କୁଲରେ ଅନୁପସ୍ଥିତ ରହିଥିଲେ। ଫେବ୍ରୁଆରି ୨ ତାରିଖ ଦିନ ସେ ସ୍କୁଲକୁ ଯିବାରୁ ଶ୍ରେଣୀଶିକ୍ଷକ ତାଙ୍କୁ ଶହେଥର ଉଠ୍‌ବସ୍‌ କରାଇଥିଲେ। ଘରକୁ ଫେରି ଛାତ୍ରଜଣକ ପ୍ରଥମେ କାହାକୁ କିଛି ଜଣାଇ ନଥିଲେ। ତେବେ ରାତିରେ ଆଣ୍ଠୁ ଫୁଲିଯିବା ସହ ପ୍ରବଳ ବିନ୍ଧା ହୋଇଥିଲା। ସେ ଚାଲି ପାରି ନଥିଲେ। ତାଙ୍କ ଦୁଇପାଦ (ମୋଜା ପିନ୍ଧିଥିବା ଅଂଶ)ରେ ଛୋଟଛୋଟ ଫୋଟକା ହୋଇ ଯାଇଥିଲା। ପରିବାର ଲୋକେ ତାଙ୍କୁ ଔଷଧ ଆଣି ଦେଇଥିଲେ। ପୁଅର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ବାପା ଶ୍ରୀ ପାଣି ଏ ସମ୍ପର୍କରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ। ତେବେ ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ ଏହାକୁ ହାଲୁକା ଭାବେ ନେଇଥିଲେ।

ସମ୍ପୃକ୍ତ ଶ୍ରେଣୀ ଶିକ୍ଷକ ୨ ଦିନ ପୂର୍ବେ ଅଭିରାମଙ୍କ ଘରକୁ ଆସି ଆହତ ଛାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ଫେରିଯାଇଥିଲେ। ଅନ୍ୟପଟେ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଆଜି ତାଙ୍କ ବାପା ଓ ମାମୁ କଟକର ଏକ ଘରୋଇ ଡାକ୍ତରଖାନାରେ ଦେଖାଇ ଔଷଧ ନେଇ ଘରକୁ ଫେରିଥିଲେ। ପରେ କିଶନନଗର ଥାନାରେ ଏ ସମ୍ପର୍କରେ ମୌଖିକ ଅଭିଯୋଗ କରିଥିଲେ। ତେବେ ଛାତ୍ରଙ୍କୁ ପ୍ରଥମେ କଟକ ବଡ଼ଡାକ୍ତରଖାନା ନେଇ ଚିକିତ୍ସା କରିବାକୁ ଆଇଆଇସି ପରାମର୍ଶ ଦେଇଥିଲେ। ସେ ବର୍ତ୍ତମାନ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହା ଏକ ବିରଳ ରୋଗ ଓ ଅତ୍ୟଧିକ ଚାପ ପଡ଼ିବାରୁ ଏଭଳି ହୋଇଥିବା ଡାକ୍ତର କହିଥିବା ଆହତ ଛାତ୍ରଙ୍କ ବାପା କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଦିନ ସମ୍ପୃକ୍ତ ଶିକ୍ଷକ ୫/୬ ଜଣେ ଛାତ୍ରଛାତ୍ରୀଙ୍କୁ ଉଠ୍‌ବସ୍‌ କରାଇଥିଲେ। ଏହାକୁ ନେଇ କେତେକ ଅଭିଭାବକ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଭେଟି ଅଭିଯୋଗ ବି କରିଥିଲେ। କିଶନନଗର ଥାନା ଆଇଆଇସି ଏ ନେଇ ତଦନ୍ତ ଚଳାଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button