ଖେଳ

T20 World Cup: ଭାରତକୁ ତାରିକଙ୍କ ଚେତାବନୀ

ପାକିସ୍ତାନୀ ସ୍ପିନର ଉସମାନ ତାରିକଙ୍କ ବୋଲିଂ ଆକ୍ସନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ମଙ୍ଗଳବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପଦାର୍ପଣ କରି ଆମେରିକା ବିପକ୍ଷରେ ତିନିଟି ୱିକେଟ୍ ନେବା ପରେ ତାଙ୍କୁ ନେଇ ବିଶ୍ବ କ୍ରିକେଟ୍‌ ଦୁଇ ଭାଗ ହୋଇଛି।

କଲମ୍ବୋ: ପାକିସ୍ତାନୀ ସ୍ପିନର ଉସମାନ ତାରିକଙ୍କ ବୋଲିଂ ଆକ୍ସନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ମଙ୍ଗଳବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପଦାର୍ପଣ କରି ଆମେରିକା ବିପକ୍ଷରେ ତିନିଟି ୱିକେଟ୍ ନେବା ପରେ ତାଙ୍କୁ ନେଇ ବିଶ୍ବ କ୍ରିକେଟ୍‌ ଦୁଇ ଭାଗ ହୋଇଛି। ଅଧିକାଂଶ ତାଙ୍କ ବୋଲିଂ ଆକ୍ସନ ବେଆଇନ ବୋଲି ମତ ଦେଉଛନ୍ତି।

ଭାରତୀୟ ସ୍ପିନର ଆର୍‌ ଅଶ୍ବିନ କିନ୍ତୁ ତାରିକଙ୍କୁ ସମର୍ଥନ କରିଛନ୍ତି। ଏହି ବାଦ ବିବାଦ ଭିତରେ ତାରିକ ଶସ୍ତା ଲୋକପ୍ରିୟତା ଲାଗି ଭାରତୀୟ କ୍ରିକେଟ୍‌ ଦଳ ଉପରକୁ ଶବ୍ଦ ବୋମା ଛାଡ଼ିଛନ୍ତି। ତାଙ୍କୁ ‘ଚୋକର୍‌’ ବୋଲି କହୁଥିବା ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ତାଚ୍ଛଲ୍ୟ କରିଛନ୍ତି। କଲମ୍ବୋରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେବାକୁ ଯାଇ ସେ କହିଛନ୍ତି, ମୁଁ ଭାବୁଛି ସେମାନଙ୍କ (ଭାରତୀୟ ଖେଳାଳିଙ୍କ) ଉପରେ ଅତିରିକ୍ତ ଚାପ ରହିବ। କାରଣ ସେମାନେ ସବୁକଥା ଛାଡ଼ି କେବଳ ମୋ ବୋଲିଂ ଶୈଳୀ ବିଷୟରେ ଆଲୋଚନା କରୁଛନ୍ତି। ସେମାନେ ଏହାକୁ ବିରୋଧ କରୁଥିବା ଭଳି ମୋତେ ଲାଗୁଛି। ସେଥିପାଇଁ ହିଁ ସେମାନେ ଚାପରେ ରହିବେ। ମୋର କିନ୍ତୁ ଏକଥାକୁ ଖାତିର ନାହିଁ। ମୁଁ ମୋ ଖେଳ ଉପରେ ହିଁ ଧ୍ୟାନ କେନ୍ଦ୍ରୀଭୂତ କରୁଛି।

ଗଣମାଧ୍ୟମ ଓ ବାହାର ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ମୋର ବିଶେଷ ଜ୍ଞାନ ନାହିଁ। ନିକଟ ଅତୀତରେ ପାକିସ୍ତାନକୁ ଭାରତ ନିୟମିତ ଭାବେ ହରାଇ ଆସୁଥିଲା ବେଳେ ଭାରତୀୟ ପ୍ରଶଂସକଙ୍କୁ ପୂର୍ବ ରେକର୍ଡ ଦେଖିବାକୁ ତାରିକ ପରାମର୍ଶ ଦେଇଛନ୍ତି। କିଛି ବର୍ଷ ତଳେ ଆମେ ଭାରତ ବିପକ୍ଷ ସବୁମ୍ୟାଚ୍‌ ଜିତୁଥିଲୁ। ଏକଥା ମଧ୍ୟ ସେମାନେ ମନେ ରଖିବା ଉଚିତ ବୋଲି କହିଛନ୍ତି ତାରିକ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button