ପୁରୁଣା ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଅସ୍ମିତାର ଶ୍ରେଷ୍ଠ ପରିଚୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରେ ଓଡ଼ିଆ ଜାତିର ଟେକ ରଖିବାକୁ ଯେତେସବୁ ଐତିହାସିକ ଓ ସାଂସ୍କୃତିକ ମହାପୁରୁଷମାନେ ଅଛନ୍ତି ସେମାନେ ଅସ୍ମିତା ପୁରୁଷ। ସେଭଳି ବ୍ୟକ୍ତିବିଶେଷଙ୍କୁ ଅସ୍ମିତା ପୁରୁଷ ଆଖ୍ୟା ଦେବା ଆମ ପରମ କର୍ତ୍ତବ୍ୟ। ଆମ ଅସ୍ମିତା କିପରି ଅଧିକ ପ୍ରଚାରିତ ହୋଇ ସାରା ଦେଶରେ ବନ୍ଦିତ ହୋଇପାରିବ, ସେଥିପାଇଁ ଆମ ଆଚରଣ ଓ ଉଚ୍ଚାରଣ ଅନୁରୂପ ଭାବେ ଶୁଦ୍ଧ ହେବା ଉଚିତ ବୋଲି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଆଜି ଭଞ୍ଜ କଳାମଣ୍ଡପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଅନୁଷ୍ଠିତ ଘୁମୁସର ଉତ୍ସବ ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

