ଗୁରୁବାର ବଜାର ମାନ୍ଦା : କମିଲା ସୁନା-ରୁପା ରେଟ୍, ଖସିଲା ସେନସେକ୍ସ-ନିଫ୍ଟି
ମାନ୍ଦା ହେଲା ବଜାର । ଖସିଲା ସୁନା ଏବଂ ରୁପା । ଗୁରୁବାର ସୁନା ରୁପା ଦାମ୍ ରେ ଅହେତୁକ ହ୍ରାସ ପରିଲକ୍ଷିତ ହୋଇଛି । ଏହାସହ ସେୟାର ବଜାର ବି ୪୦୦ ଅଙ୍କ ଖସିଛି ।

ନୂଆଦିଲ୍ଲୀ, ୧୨|୦୨: ମାନ୍ଦା ହେଲା ବଜାର । ଖସିଲା ସୁନା ଏବଂ ରୁପା । ଗୁରୁବାର ସୁନା ରୁପା ଦାମ୍ ରେ ଅହେତୁକ ହ୍ରାସ ପରିଲକ୍ଷିତ ହୋଇଛି । ଏହାସହ ସେୟାର ବଜାର ବି ୪୦୦ ଅଙ୍କ ଖସିଛି ।
ଗୁରୁବାର କାରବାର ଆରମ୍ଭରୁ ଏମସିଏକ୍ସରେ ରୁପା ଶସ୍ତା ହୋଇଛି । ସେହିପରି ସୁନାର ଦାମ୍ ବି ହଜାରେ ଟଙ୍କା କମିଛି । ଦୁଇ ଦାମୀ ଧାତୁ ଚମକ ହରାଇବା ସହ ଭାରତୀୟ ସେୟାର ବଜାର ମଧ୍ୟ ଗୁରୁବାର କ୍ରାଶ୍ କରି ଯାଇଛି । ସପ୍ତାହର ଚତୁର୍ଥ ଦିନରେ ବଜାର ଖୋଲିବା ପରେ କ୍ରାଶ୍ କରିଯାଇଥିଲା ।
ବମ୍ବେ ଷ୍ଟକ୍ଏକ୍ସଚେଞ୍ଜରେ ୩୦ ସେୟାର ବିଶିଷ୍ଟ ବିଏସଇ ସେନସେକ୍ସ ୪୦୦ରୁ ଅଧିକ ଅଙ୍କ ଖସି ଯାଇଛି । ବୁଧବାର ସେନସେକ୍ସ ୮୪,୨୩୩.୬୪ ଅଙ୍କରେ ବନ୍ଦ ହୋଇଥିଲା । ଗୁରୁବାର ଏହା ୮୩,୯୬୮.୪୩ ଅଙ୍କରେ ଖୋଲିଥିଲା । ପରେ ଏହା ୮୩୭୯୫କୁ ଆସିଯାଇଥିଲା ।
ସେହିପରି ନିଫ୍ଟିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ୫୦ ସେୟାର ବିଶିଷ୍ଟ ନିଫ୍ଟି ବୁଧବାର ୨୫୯୫୩ରେ ବନ୍ଦ ହୋଇଥିଲା । ତେବେ ଗୁରୁବାର ଏହା ୨୫୯୦୬ରେ ଖୋଲିଥିଲା । ଏହାର କିଛି ମିନିଟ ପରେ ନିଫ୍ଟି ୨୫୮୨୨ ସ୍ତରକୁ ଚାଲି ଆସିଥିଲା ।
ସୁନା ରୁପା ରେଟ୍
ଏମସିଏକ୍ସରେ ମାର୍ଚ୍ଚ ୫ରେ ରୁପାର ଭବିଷ୍ୟତ ଦର ୧ ଲକ୍ଷ ୬୦ ହଜାର ୪୫୩କୁ ଆସିଯାଇଛି । ଯାହା କିଛି ଦିନ ତଳେ ୪ ଲକ୍ଷ ୨୦ ହଜାରରେ ପହଁଚିଥିଲା । ଅର୍ଥାତ ଏବେସୁଦ୍ଧା ଦାମ୍ ଲକ୍ଷେ ୬୦ ହଜାର ଟଙ୍କା କମିଲାଣି । ସେହିପରି ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ୧୦ ଗ୍ରାମ୍ ପିଛା ୧,୫୮,୭୫୫ରୁ ୧,୫୭,୭୦୧କୁ ଖସି ଆସିଛି । ଅର୍ଥାତ ଦର ହଜାରେ ଟଙ୍କା କମିଛି ।
ସୌଜନ୍ୟ Prameya News7




