ଓଡିଶା

10 Naxal couples: ବିବାହ ବନ୍ଧନରେ ୧୦ ନକ୍ସଲ ଯୋଡ଼ି: ସଂଗଠନରେ ନକ୍ସଲ କରିଥିଲେ ବନ୍ଧ୍ୟାକରଣ

ନକ୍ସଲ ସଂଗଠନରେ ଥିବା ସମୟରେ ବନ୍ଧ୍ୟାକରଣର ଶିକାର ହୋଇଥିଲେ। କିନ୍ତୁ ଆତ୍ମସମର୍ପଣ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୧୦ ନକ୍ସଲ ଯୋଡ଼ି। ସୀମାନ୍ତ ଛତିଶଗଡ଼ରେ କନ୍ୟା ବିବାହ ଯୋଜନାରେ ଆୟୋଜିତ ସାମୂହିକ ବିବାହ....

ମାଲକାନଗିରିନକ୍ସଲ ସଂଗଠନରେ ଥିବା ସମୟରେ ବନ୍ଧ୍ୟାକରଣର ଶିକାର ହୋଇଥିଲେ। କିନ୍ତୁ ଆତ୍ମସମର୍ପଣ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୧୦ ନକ୍ସଲ ଯୋଡ଼ି। ସୀମାନ୍ତ ଛତିଶଗଡ଼ରେ କନ୍ୟା ବିବାହ ଯୋଜନାରେ ଆୟୋଜିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ଜୀବନସାଥୀଙ୍କୁ ଆପଣାଇବା ପରେ ବନ୍ଧ୍ୟାକରଣ ଦୂର ଦିଗରେ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ଛତିଶଗଡ଼ ମାଓ ମୁକ୍ତ ହେବାରେ ଲାଗିଥିବାରୁ ବହୁ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ‌ନକ୍ସଲ ସଂଗଠନରେ ବିବାହ ସମ୍ପୂର୍ଣ୍ଣ ମନା ଥିବାରୁ ଜବରଦସ୍ତ ବନ୍ଧ୍ୟାକରଣ କରାଯାଉଥିଲା। ଫଳରେ ଯଦି ବି ଜଙ୍ଗଲରେ ପୁରୁଷ ଓ ମହିଳା ନକ୍ସଲ ମଧ୍ୟରେ ସଂପର୍କ ସ୍ଥାପନ ହୁଏ ତେବେ ମହିଳା ନକ୍ସଲ ସନ୍ତାନ ଜନ୍ମ କରିପାରିବେ ନାହିଁ। ନକ୍ସଲ ସଂଗଠନର ଫତୁଆକୁ ଡରି ବହୁ ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇ ନ ଥିଲେ। ଆତ୍ମସମର୍ପଣ ପ୍ରକ୍ରିୟା ପରେ ଛତିଶଗଡ଼ ସରକାରଙ୍କ କନ୍ୟା ବିବାହ ଯୋଜନାରେ ସୁକମା, ବସ୍ତର, ବିଜାପୁର ଓ ଗରିଆବନ୍ଧ ଜିଲ୍ଲାରେ ସାମୂହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଆଭାସୀ ମାଧ୍ୟମରେ ସମସ୍ତ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button