ଓଡିଶାଜିଲ୍ଲା

ମାଓ ଶୂନ୍ୟ ଘୋଷଣା ପରେ ପୁଣି ଆତଙ୍କ, ଦବ୍‌ଦବା ଜାହିର କରି ଲାଗିଲା ପୋଷ୍ଟର

ରାୟଗଡ଼ା ସହର ନିକଟରେ ଲାଗିଲା ମାଓ ପୋଷ୍ଟର । ସହରରୁ ମାତ୍ର ଦେଢ଼ କି.ମି ଦୂରରେ ପୋଷ୍ଟର ଲାଗିଛି । ଦୁମାଗୁଡ଼ା ଗାଁ ନିକଟରେ ମାଓବାଦୀ ମାରିଲେ ପୋଷ୍ଟର । କେବିକେ ଡିଭିଜନ୍ ପକ୍ଷରୁ ପୋଷ୍ଟର ଲାଗିଛି । ମାଓନେତା ମେଘ ଜାନି, ଡମ୍ବୁରୁ ମାଝୀଙ୍କ ନାଁରେ ପୋଷ୍ଟର ।

ରାୟଗଡ଼ା ୧୩/୦୨: ନିକଟରେ ଘୋଷଣା ହୋଇଥିଲା ମାଓ ଶୂନ୍ୟ ଇଲାକା । ସରକାର ବି କହିଥିଲେ ଯାହା କହିଥିଲେ କରି ଦେଖାଇଲେ । କାରଣ ଆତ୍ମସମର୍ପଣ କରିଥିଲେ ଶହ ଶହ ସଂଖ୍ୟାରେ ମାଓବାଦୀ । ହେଲେ ଘୋଷଣା ପରେ ବି ଜାରି ରହିଛି ମାଓ ଦବ୍‌ଦବା । ରାୟଗଡ଼ା ସହର ନିକଟରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ।

ସହରରୁ ମାତ୍ର ଦେଢ଼ କି.ମି ଦୂରରେ ପୋଷ୍ଟର ଲାଗିଛି । ଦୁମାଗୁଡ଼ା ଗାଁ ନିକଟରେ ମାଓବାଦୀ ମାରିଲେ ପୋଷ୍ଟର । କେବିକେ ଡିଭିଜନ୍ ପକ୍ଷରୁ ପୋଷ୍ଟର ଲାଗିଛି । ମାଓନେତା ମେଘ ଜାନି, ଡମ୍ବୁରୁ ମାଝୀଙ୍କ ନାଁରେ ପୋଷ୍ଟର । ପୋଷ୍ଟରରେ ସବ୍ୟସାଚୀ ପଣ୍ଡା ଆଦିବାସୀ ନଥିବା ଉଲ୍ଲେଖ । ଆଜାଦ୍, ଉଦୟ ଓ ନିଖିଲ ମଧ୍ୟ ଆଦିବାସୀ ନୁହନ୍ତି । ଜିଲ୍ଲାର କମ୍ପାନୀମାନେ ନୀରବ ରହିବାକୁ ଉଲ୍ଲେଖ ।

ସୂଚନା ଥାଉକି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ଦମନ ପାଇଁ ରଣନତୀ ପ୍ରସ୍ତୁତ କରୁଥିବା ବେଳେ ଜିଲ୍ଲାରେ ପୁଣି ମୁଣ୍ଡ ଟେକିଛନ୍ତି ମାଓ ସଂଗଠନ । ରାୟଗଡା ସହରରୁ ମାତ୍ର ଦେଢ କିମି ଦୁରରେ ଥିବା ଦୁମାଗୁଡା ଗ୍ରାମ ନିକଟରେ ଏହି ପୋଷ୍ଟର ଲଗାଯାଇଛି। ମାଓବାଦୀ ରାଜ୍ଯ ସଂପାଦକ ମେଘ ଜାନି ଓ ଡମ୍ବୁରୁ ମାଝୀଙ୍କ ନାରେ ଲାଗିଥିବା ଏହି ପୋଷ୍ଟରରେ ମାଓନେତା ସବ୍ୟସାଚୀ ପଣ୍ଡା,ଆଜାଦ୍, ଉଦୟ ଓ ନିଖିଲ ଆଦିବାସୀ ନଥିବା ଉଲେଖ କରାଯିବା ସହ ଜିଲ୍ଲାରେ ଗଢିଉଠିଥିବା କମ୍ପାନୀ ମାନେ ଲୋକଙ୍କୁ ଶୋଷଣ ନକରି ନିରବ ରହିବାକୁ ଉଲ୍ଲେଖ କରାଯାଇଛି।

କେବିକେ ଡିଭିଜନ୍ ପକ୍ଷରୁ ଲଗାଯାଇଛି ପୋଷ୍ଟରରେ ସଂଗଠନ ସବୁବେଳେ ପାଇଁ ରହିଛି ବୋଲି ଉଲ୍ଲେଖ ରହିଛି। ତେବେ ମାଓ ପୋଷ୍ଟର ଲାଗିବା ପରେ ଦୁମାଗୁଡା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘଟଣା ସ୍ଥଳରେ ରାୟଗଡା ପୁଲିସ ପହଞ୍ଚିନଥିବା ବେଳେ ସିଆରପିଏଫ ଜବାନ ମାନେ ଆସି ପୋଷ୍ଟରକୁ ହଟେଇଛନ୍ତି। ସିଆରପିଏଫ ର ସ୍ବତନ୍ତ୍ର ବୋମ୍ ସ୍କ୍ବାଡ ଘଟଣାସ୍ଥଳକୁ ଆସି ଯାଞ୍ଚ୍ ଅରିଛନ୍ତି। ସେହିପରି ଆତଙ୍କିତ ନହେବା ପାଇଁ ସ୍ଥାନୀୟ ଲୋକଙ୍କୁ କହିଛନ୍ତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button