ମହାନଗର

Redevelopment : ଭୁବନେଶ୍ବର ରେଳଷ୍ଟେସନ୍‌ର ପୁନର୍ବିକାଶ କାର୍ଯ୍ୟ, ଘରୋଇ ସଂସ୍ଥା କରିବ ପରିଚାଳନା

ଘରୋଇ ସଂସ୍ଥା ହାତକୁ ଯିବ ଭୁବନେଶ୍ବର ରେଳଷ୍ଟେସନ ପରିଚାଳନା ଓ ରକ୍ଷଣାବେକ୍ଷଣ। ହାଉସ୍‌ କିପିଙ୍ଗ୍‌ଠାରୁ ଆରମ୍ଭ କରି ବାଣିଜ୍ୟିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଘ‌ରୋଇ ସଂସ୍ଥା....

ଭୁବନେଶ୍ବର: ଘରୋଇ ସଂସ୍ଥା ହାତକୁ ଯିବ ଭୁବନେଶ୍ବର ରେଳଷ୍ଟେସନ ପରିଚାଳନା ଓ ରକ୍ଷଣାବେକ୍ଷଣ। ହାଉସ୍‌ କିପିଙ୍ଗ୍‌ଠାରୁ ଆରମ୍ଭ କରି ବାଣିଜ୍ୟିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଘ‌ରୋଇ ସଂସ୍ଥା କରିବ। ଆସନ୍ତା ୯ ବର୍ଷ ପାଇଁ ସମନ୍ବିତ ଷ୍ଟେସନ ସୁବିଧା ପରିଚାଳନା ସେବା ନିମନ୍ତେ ଇ-ଟେଣ୍ଡର ମାଧ୍ୟମରେ ବିଡ୍‌ ଆହ୍ବାନ କରାଯାଇଛି। ଇତିମଧ୍ୟରେ ଆଜି ନୂଆଦିଲ୍ଲୀ ଠାରେ ପ୍ରି-ବିଡିଂ ବୈଠକ ବି ହୋଇଥିବା ଜଣାପଡ଼ିଛି। ଆଗ୍ରହୀ ଘରୋଇ ସଂସ୍ଥାମାନେ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ ଇ-ବିଡ୍‌ ଦାଖଲ କରିପାରିବେ ବୋଲି ରେଳ ଭୂମି ବିକାଶ ପ୍ରାଧିକରଣ (ଆର୍‌ଏଲ୍‌ଡିଏ) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଭୁବନେଶ୍ବର ବ୍ୟତୀତ ଦେଶର ଆଉ ୩ଟି ରେଳଷ୍ଟେସନ ଯଥା‌ ଗୁରୁଗ୍ରାମ, ସଫଦରଜଙ୍ଗ, ରାଣୀ କମଳାପତି ଷ୍ଟେସନ ମଧ୍ୟ ଏହି ତାଲିକାରେ ରହିଛି।

Show More

Leave a Reply

Your email address will not be published. Required fields are marked *

Back to top button