Gender controversy : ଖେଲିଫ୍ ରିଙ୍ଗ୍କୁ ଫେରିବା ପୂର୍ବରୁ ଲିଙ୍ଗଗତ ବିବାଦ
ପ୍ୟାରିସ: ପାରିସ୍ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ଆଲ୍ଜେରିଆର ମହିଳା ବକ୍ସର ଇମାନେ ଖେଲିଫ୍ ରିଙ୍ଗ୍କୁ ଫେରିବା ପୂର୍ବରୁ ଲିଙ୍ଗଗତ ବିବାଦ ଦେଖାଦେଇଛି। ଏହି କାରଣରୁ ପ୍ୟାରିସ୍ରେ ଡିସେମ୍ବର ୧୫ ତାରିଖରେ ହେବାକୁ ଥିବା ପେସାଦାର ବକ୍ସିଂ ମୁକାବିଲାରୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ନେଦରଲାଣ୍ଡ୍ସର କ୍ଲାରିଡା ସାରାବ୍ୟା ଓହରି ଯାଇଛନ୍ତି।

ପ୍ୟାରିସ: ପାରିସ୍ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ଆଲ୍ଜେରିଆର ମହିଳା ବକ୍ସର ଇମାନେ ଖେଲିଫ୍ ରିଙ୍ଗ୍କୁ ଫେରିବା ପୂର୍ବରୁ ଲିଙ୍ଗଗତ ବିବାଦ ଦେଖାଦେଇଛି। ଏହି କାରଣରୁ ପ୍ୟାରିସ୍ରେ ଡିସେମ୍ବର ୧୫ ତାରିଖରେ ହେବାକୁ ଥିବା ପେସାଦାର ବକ୍ସିଂ ମୁକାବିଲାରୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ନେଦରଲାଣ୍ଡ୍ସର କ୍ଲାରିଡା ସାରାବ୍ୟା ଓହରି ଯାଇଛନ୍ତି। ମହିଳା ୱେଲ୍ଟର ବର୍ଗରେ ପ୍ୟାରିସ୍ରେ ସ୍ବର୍ଣ୍ଣ ଜିତିବା ପରେ ଲିଙ୍ଗଗତ ଯୋଗ୍ୟତା ବିବାଦ ଚାଲିଥିବାରୁ ସେ ଆଉ ମୁକାବିଲକୁ ଓହ୍ଲାଇ ନଥିଲେ।
ଏବେ ୨୧ ବର୍ଷୀୟା ସରବ୍ୟାଙ୍କ ବିପକ୍ଷରେ ସେ ୬ ରାଉଣ୍ଡ ମୁକାବିଲାରେ ଖେଳିବାକୁ ପ୍ରସ୍ତୁତ ହେଉଥିଲେ। ହେଲେ ଏହା ଲଢ଼େଇ ପୂର୍ବରୁ ପ୍ରତିନ୍ଦ୍ବନ୍ଦୀ ସାରାବ୍ୟା ବିଭିନ୍ନ କାରଣ ଦର୍ଶାଇ ଓହରି ଯାଇଛନ୍ତି। ଅନ୍ୟପକ୍ଷରେ ସାରାବ୍ୟା ଓହରିଯିବାରୁ ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି ଯେ ଖେଲିଫ୍ଙ୍କ ନୂଆ ପ୍ରତିଦ୍ବନ୍ଦୀ ନାଁ ଶୀଘ୍ର ଘୋଷଣା କରାଯିବ ଏବଂ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ମୁକାବିଲା ହେବ। ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ମାସରେ ଖେଲିଫ୍ କହିଥିଲେ, ‘‘ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଓସି) ପକ୍ଷରୁ ଆନୁବଂଶିକ ପରୀକ୍ଷା କରାଗଲେ, ଏଥିପାଇଁ ପ୍ରସ୍ତୁତ ଅଛନ୍ତି’’।
ସୌଜନ୍ୟ ସମ୍ବାଦ




