ଫେବୃଆରୀ ୧୬ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- ଦିନଟି ବହୁତ ଶୁଭ। କର୍ମରେ ଆନନ୍ଦ ମିଳିବା ସହ ମନର ସମସ୍ତ ଇଚ୍ଛା ପୂରଣ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ସନ୍ତୋଷଜନକ ପରିବେଶ ରହିବ।
ବୃଷ- କୌଣସି ପୁରୁଣା ଭୁଲ ପାଇଁ ମନରେ ଅନୁତାପ ଆସିପାରେ। ସଫଳତା ପାଇବା ପାଇଁ ଆପଣଙ୍କୁ ଅଧିକ ଉଦ୍ୟମ କରିବାକୁ ପଡ଼ିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କଲେ ଯାଇ ଭଲ ଫଳ ପାଇବେ। ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ।
ମିଥୁନ- ଘାତବାର ରହିଛି। ଶାରୀରିକ ଆଘାତ ଲାଗିବାର ଭୟ ଅଛି ଏବଂ ବନ୍ଧୁ ବିବାଦ ଦେଖାଦେଇପାର। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସାଙ୍ଗସାଥୀଙ୍କ ସହ ମନାନ୍ତର ହୋଇପାରେ। ସତର୍କ ରୁହନ୍ତୁ ଏବଂ ଯାନବାହନ ଚଳାଚଳ ବେଳେ ସାବଧାନ ରୁହନ୍ତୁ।
କର୍କଟ- ବହୁ ଦିନ ପରେ ବନ୍ଧୁ ମିଳନ ହେବ ଏବଂ ସ୍ତ୍ରୀ ସୁଖ ବା ଦାମ୍ପତ୍ୟ ଜୀବନରେ ଶାନ୍ତି ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଖୁସି ମନରେ ପାଠ ପଢ଼ିବେ। ପାରିବାରିକ ସମ୍ପର୍କ ମଜଭୁତ ହେବ ଏବଂ ମନ ପ୍ରଫୁଲ୍ଲ ରହିବ।
ସିଂହ- ଘାତ ଚନ୍ଦ୍ର ରହିଛି। ମନରେ କିଛିଟା ଅଶାନ୍ତି ରହିପାରେ କିନ୍ତୁ ପରିବାରରେ ଖୁସିର ବାତାବରଣ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପରିବାରର ସହଯୋଗ ପାଇବେ। ମାନସିକ ଚାପକୁ ଏଡ଼ାଇବା ପାଇଁ ପରିବାର ସହ ସମୟ ବିତାନ୍ତୁ।
କନ୍ୟା- ବିପଦ ସମୟରେ ବନ୍ଧୁ ସାହାଯ୍ୟ ମିଳିବ, ଯାହା ଆପଣଙ୍କୁ ଆଶ୍ୱସ୍ତି ଦେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସହପାଠୀଙ୍କ ସହଯୋଗରେ ଆଗକୁ ବଢ଼ିବେ। ସାମାଜିକ କାର୍ଯ୍ୟରେ ଯୋଗଦେବା ଦ୍ୱାରା ମନ ଶାନ୍ତି ରହିବ।
ତୁଳା- କାରଣରୁ ଅପବାଦ ମିଳିବାର ଆଶଙ୍କା ରହିଛି, କିନ୍ତୁ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ଚରିତ୍ର ଓ ବ୍ୟବହାର ପ୍ରତି ସତର୍କ ରୁହନ୍ତୁ। ଅଯଥା ବିବାଦରୁ ଦୂରେଇ ରହିବା ଭଲ।
ବିଛା- ତୀର୍ଥ ଯୋଗ ରହିଛି ଏବଂ କୌଣସି ସୂତ୍ରରୁ ଅପ୍ରତ୍ୟାଶିତ ଧନ ଲାଭ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଧାର୍ମିକ କାର୍ଯ୍ୟ ପ୍ରତି ଆକୃଷ୍ଟ ହେବେ। ଭାଗ୍ୟ ଆପଣଙ୍କ ସାଥୀରେ ରହିବ।
ଧନୁ- ଆର୍ଥିକ କ୍ଷେତ୍ରରେ ସତର୍କ ରୁହନ୍ତୁ କାରଣ ଅର୍ଥ ହାନି ହେବାର ସମ୍ଭାବନା ଅଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଅନ୍ୟମନସ୍କ ରହିପାରନ୍ତି। ଟଙ୍କା ପଇସା କାରବାର ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ମକର- ବ୍ୟବସାୟ ଓ କର୍ମକ୍ଷେତ୍ରରେ ଅର୍ଥ ଲାଭ ହେବାର ଶୁଭ ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ପୁସ୍ତକ କିମ୍ବା ଶିକ୍ଷା ସାମଗ୍ରୀ କ୍ରୟ କରିପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।
କୁମ୍ଭ- ଆପଣଙ୍କର ପ୍ରିୟଜନଙ୍କ ସହ ପ୍ରୀତି ବୃଦ୍ଧି ହେବ ଏବଂ ସମ୍ପର୍କରେ ନିବିଡ଼ତା ଆସିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପାଠପଢ଼ାରେ ଆଗ୍ରହୀ ହେବେ। ଦିନଟି ପ୍ରେମ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ।
ମୀନ- ନିଜର କାର୍ଯ୍ୟ ଓ ବ୍ୟବହାର ପାଇଁ ସମାଜରେ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୃତିତ୍ୱ ଅର୍ଜନ କରିବେ ଏବଂ ଶିକ୍ଷକଙ୍କ ପ୍ରଶଂସା ଭାଜନ ହେବେ। ସୁନାମ ବୃଦ୍ଧି ପାଇବ।
ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ- 8249826682
ସୌଜନ୍ୟ Prameya News7




