ରାଶିଫଳ

Horoscope 2026 October 28: ଜାଣନ୍ତୁ ଆଜିର ରାଶିଫଳ…

ଅଳଙ୍କାର ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିଲଡର୍ସଙ୍କୁ କୌଣସି ବଡ଼ ଠିକା କାମର ମଉକା ମିଳିବ।

‌ମେ‌ଷ: ଅଳଙ୍କାର ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।  ‌

Aries

ବୃଷ: ବିଲଡର୍ସଙ୍କୁ କୌଣସି ବଡ଼ ଠିକା କାମର ମଉକା ମିଳିବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧ ଆହୁରି ମଜଭୁତ ହେବ। ସରକାରୀ ବିଭାଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ଯୋଗ ରହିଛି।  ‌

Taurus

ମିଥୁନ: ଦାମ୍ପତ୍ୟ ଜୀବନରେ କୌଣସି ବଡ଼ ଖୁସି ଖବର ପାଇବେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି ବନ୍ଧୁ ଯୋଗୁଁ ଚାକିରି ମିଳିବା ସହଜ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

Gemini

କର୍କଟ: ବକେୟା ଅର୍ଥ ପାଇବେ। ଓକିଲ କୌଣସି ମକଦ୍ଦମାକୁ ନେଇ ବ୍ୟସ୍ତ ରହିବେ। ବେପାରରେ ଲାଭ ହେବ। ଯେଉଁମାନେ ବାହାରେ ରହୁଛନ୍ତି ସେମାନେ ଜୀବନସାଥୀ ସହ ମିଶିବାର ମଉକା ପାଇବେ। ‌ ‌

Cancer
ସିଂହ: ବେପାରରେ କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ। ପ୍ଲାଷ୍ଟିକ କାରବାର କରୁଥିବା ଲୋକଙ୍କର ଜିନିଷ ଭଲ ବିକ୍ରୀ ହେବ। ଝିଅର ବଡ଼ ସଫଳତାରେ ଘରେ ଖୁସିର ବାତାବରଣ ସୃଷ୍ଟି ହେବ। ‌   ‌

Leo

କନ୍ୟା: ଅଫିସ କାମକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିଦେବେ। ପ୍ରେମୀଯୁଗଳ ନିଜର ସମ୍ବନ୍ଧ କଥା ଘର ଲୋକଙ୍କୁ କହିବେ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।‌

Virgo

ତୁଳା: ବେପାରରେ ଲାଭ ହେବ। ଘନିଷ୍ଠ ବନ୍ଧୁର ସହଯୋଗ ପାଇବେ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବା ଯୋଗୁଁ ଆପଣଙ୍କୁ ଖୁସି ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।  ‌

Libra
ବିଛା: ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ପ୍ରାଧାନ୍ୟ କାଏମ୍ ରହିବ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ।

Scorpio

ଧନୁ: ଧର୍ମକାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ ମିଷ୍ଠତା ବଢ଼ିବ। ସୋସିଆଲ ମିଡ଼ିଆରେ ଆପଣଙ୍କର ରୁଚି ବଢ଼ିବ।

Sagittarius

ମକର: ଶୁଖିଲା ଖାଦ୍ୟ ବ୍ୟବସାୟୀଙ୍କର କାମ ଭଲ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ପ୍ରେମୀଯୁଗଳ ଫୋନରେ ଦୀର୍ଘ ସମୟ ଧରି କଥା ହେବେ।

Capricorn
କୁମ୍ଭ: ଜମି ବ୍ୟବସାୟୀଙ୍କୁ ବଡ଼ ଡିଲରୁ ଭଲ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମାରୋହରେ କୌଣସି ବଡ଼ ଦାୟିତ୍ବ ମିଳିବ। ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସମୟ ସାଥ ଦେବ।

Aquarius

ମୀନ: ପରିବାରରେ କୌଣସି ଧର୍ମାନୁଷ୍ଠାନ ହେବାର ଯୋଗ ଅଛି। ଶିକ୍ଷକଙ୍କର ବଦଳିରେ ଲାଗି ରହିଥିବା ବାଧା ଦୂର ହେବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ବହୁତ ଭଲ ମାର୍ଗଦର୍ଶନ ମିଳିବ।

Aquarius

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button