Breaking News

ମହାକୁମ୍ଭରେ ପୁଣି ଅଘଟଣ: ତ୍ରିବେଣୀ ସଙ୍ଗମରେ ଓଲଟିଲା ଡଙ୍ଗା, ଶ୍ରଦ୍ଧାଳୁ ନିଖୋଜ

ପ୍ରୟାଗରାଜ: ମହାକୁମ୍ଭରୁ ଆସିଲା ଆଉ ଏକ ଅଘଟଣର ଖବର । ସଂଗମ ସ୍ଥଳରେ ଓଲଟିଲା ବୋଟ୍ । ତ୍ରିବେଣୀ ଘାଟରେ ଡଙ୍ଗାରୁ ଓହ୍ଲାଇଲା ବେଳେ ଓଲଟି ପଡିଲେ ସମସ୍ତେ । ବୋଟ୍ ଦୁର୍ଘଟଣାରେ 7 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 2 ଜଣ ଏବେବି ନିଖୋଜ ଥିବା ସୂଚନା ମିଳିଛି ।

ତେବେ ମଙ୍ଗଳବାର ଅପରାହ୍ଣରେ ଗୋଟେ ଛୋଟ ଡଙ୍ଗାରେ 9 ଜଣ ଶ୍ରଦ୍ଧାଳୁ ବସି ସଙ୍ଗମ୍ ଘାଟକୁ ଯାଇଥିଲେ । ପାଣି ଉପରେ ସମସ୍ତେ ମଜା ନେଇ ସଙ୍ଗମରେ ବୁଡ ପକାଇବାକୁ ଯାଉଥିଲେ, ସମସ୍ତେ ଲାଇଫ୍ ଜାକେଟ୍ ବି ପିନ୍ଧିଥିଲେ । ହେଲେ ସଙ୍ଗମ୍ ଘାଟ ପାଖାପାଖି ବୋଟ୍ ଯେତେବେଳେ ପହଞ୍ଚିଥିଲା ସମସ୍ତେ ଲାଇଫ ଜାକେଟ୍ ଖୋଲି ଦେଇ ଛିଡା ହୋଇ ଓହ୍ଲାଇବାକୁ ଅପେକ୍ଷା କରିଥିଲେ ଆଉ ସେହି ସମୟରେ ଏକା ସାଙ୍ଗରେ ସମସ୍ତେ ଉଠିପଡିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଏକପାଖିଆ ଓଲଟିପଡିଥିଲା । ତା ସହ ଗତକାଲି ସଂଗମରେ ପାଣିର ସ୍ରୋତ ଟିକେ ଅଧିକ ଥିଲା ତେଣୁ ଏପରି ହେଲା ।

ଡଙ୍ଗାରେ ବସିଥିବା ଯାତ୍ରୀମାନେ କିଛି ଡେରାଡୁନର ଏବଂ କିଛି ବେଙ୍ଗାଲୁରୁରୁ ଥିଲେ । ସମସ୍ତେ ନିଜ ନିଜ ପରିବାର ସହ ମହାକୁମ୍ଭ ବୁଲି ଆସିଥିଲେ । ଦୁର୍ଘଟଣା ପରେ ୱାଟର ଆମ୍ବୁଲାନ୍ସରେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ନିଖୋଜ ଥିବା ସୂଚନା ମିଳିଛି । ଏବଂ ସେମାନଙ୍କୁ ଖୋଜାଖୋଜି ଜାରି ରହିଛି ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.