ଜିଲ୍ଲାରାଜ୍ୟ

ବାଣ ଝୁଲରୁ ଲାଗିଲା ନିଆଁ, ଜଳିଗଲା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଆଳି, ୯।୧୧ (ବନମାଳୀ ସେନାପତି): ବାଣ ଝୁଲରୁ ନିଆଁ ଲାଗି ଜଳିଯାଇଛି ଦୁଇ ବଖରା ଚାଳଘର। ଘରେ ଥିବା ଆସବାବପତ୍ର ସମେତ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଦେମାଳ ଗ୍ରାମରେ।

ସୂଚନା ଅନୁଯାୟୀ, ଦେମାଳ ଗ୍ରାମର ନାରାୟଣ ନାୟକଙ୍କ ପରିବାର ଲୋକେ ଗତକାଲି ରାତିରେ ଘରେ ଶୋଇଥିଲେ। ରାତି ପ୍ରାୟ ଗୋଟାଏ ସମୟରେ ତାଙ୍କ ଚାଳଘରେ ନିଆଁ ଲାଗିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ବାଣ ଝୁଲରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହା ଦେଖି ଗ୍ରାମବାସୀ ତୁରନ୍ତ ନାରାୟଣଙ୍କ ପରିବାରକୁ ଡାକିବା ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ନିଆଁରେ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା।

ଏହି ଅଗ୍ନିକାଣ୍ଡରେ ଘରେ ଥିବା ଫ୍ରିଜ, ୱାଶିଂ ମେସିନ, ଗ୍ୟାସ ସିଲିଣ୍ଡର ସମେତ ସମସ୍ତ ଆସବାବପତ୍ର ଓ ଘରୋଇ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ନାରାୟଣଙ୍କ ପରିବାର ଅସହାୟ ହୋଇପଡ଼ିଛନ୍ତି।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button