Police Reserve Barracks: ପୁଲିସ ରିଜର୍ଭ ବାରାକ୍‌ରୁ ଅଟକ ଯୁବକ ଚମ୍ପଟ: ୨ ପୁଲିସ କର୍ମଚାରୀ ନିଲମ୍ବିତ

ଭଦ୍ରକଭଦ୍ରକ ଚରମ୍ପାସ୍ଥିତ ପୁଲିସ ରିଜର୍ଭ ବାରାକ୍‌ରେ ଅଟକ ରଖାଯାଇଥିବା ଜଣେ ଯୁବକ ସେଠାରୁ ଫେରାର ହୋଇ ଯାଇଛନ୍ତି। ସେ ହେଲେ ଭଦ୍ରକ ନାଥସାହିର ସ୍ମୃତିରଞ୍ଜନ ନାଥ। ଏହି ଘଟଣାରେ ଭଦ୍ରକ ଏସ୍‌ପି ମନୋଜ ରାଉତ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁସାରେ, କମେଣ୍ଟମରା ଘଟଣାକୁ କେନ୍ଦ୍ର କରି ପୁଲିସ ସ୍ମୃତିରଞ୍ଜନଙ୍କୁ ଉଠାଇ ଆଣି ରିଜର୍ଭ ପୁଲିସ ବାରାକ୍‌ରେ ଅଟକ ରଖିଥିଲା। ତେବେ, ଆଜି ଭୋର୍‌ ସମୟରେ ସ୍ମୃତିରଞ୍ଜନ କୌଶଳକ୍ରମେ ସେଠାରୁ ଚମ୍ପଟ ମାରିଥିଲେ। ଏହା ଜଣାପଡ଼ିବା ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସ୍ମୃତିରଞ୍ଜନଙ୍କ ସନ୍ଧାନ ମିଳିନାହିଁ। ଏହି ଘଟଣାରେ ଭଦ୍ରକ ଏସ୍‌ପି ଶ୍ରୀ ରାଉତ କାର୍ଯ୍ୟରେ ଅବହେଳା ଅଭିଯୋଗରେ କନେଷ୍ଟବଳ କମଳାକାନ୍ତ ସିଂ ଓ ସିପାହି ମନୋରଞ୍ଜନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି।

ସୌଜନ୍ୟ ସମ୍ବାଦ