ରାଶିଫଳ

ଫେବୃଆରୀ ୧୯ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ-ଆସନ୍ତାକାଲି ଯାତ୍ରା ପାଇଁ ଦିନଟି ବହୁତ ଶୁଭ। କୌଣସି କାର୍ଯ୍ୟ ପାଇଁ ବାହାରକୁ ଗଲେ ସଫଳତା ମିଳିବ ଏବଂ ଯାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ସୁଯୋଗ ପାଇବେ।

ବୃଷ-ଆପଣ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରିବେ ଏବଂ ଶତ୍ରୁରେ ବିଜୟ ଲାଭ କରିବେ। କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରତିପାଦିତ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରି ସଫଳ ହେବେ।

ମିଥୁନ-ଆପଣଙ୍କ ପାଇଁ ଘାତ ଚନ୍ଦ୍ର ରହିଛି, ତେଣୁ ସତର୍କ ରୁହନ୍ତୁ। କୌଣସି କଥାକୁ ନେଇ ଶତ୍ରୁ ବୃଦ୍ଧି ହୋଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବିବାଦରୁ ଦୂରେଇ ରୁହନ୍ତୁ। ଶତ୍ରୁମାନଙ୍କ ପ୍ରତି ସଜାଗ ରହିବା ଜରୁରୀ।

କର୍କଟ-ମନରେ ଅସ୍ଥିରତା ଲାଗି ରହିପାରେ ଏବଂ କୌଣସି କାରଣକୁ ନେଇ ମାନସିକ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ବାଧା ପାଇବେ। ଧୈର୍ଯ୍ୟ ରଖନ୍ତୁ।

ସିଂହ-ଗୁରୁବାର ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ଉନ୍ନତିର ଦିନ। ଆପଣ ନିଜ କାର୍ଯ୍ୟରେ ସନ୍ତୋଷ ପାଇବେ ଏବଂ କର୍ମେ ଖୁସି ଅନୁଭବ କରିବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପ୍ରଶଂସିତ ହେବେ।

କନ୍ୟା-ଆସନ୍ତାକାଲି ବହୁତ ଦିନ ପରେ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ ଏବଂ ବନ୍ଧୁମିଳନର ଆନନ୍ଦ ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଦିନଟି ହସଖୁସିରେ କଟିବ।

ତୁଳା-ଆପଣଙ୍କ ପାଇଁ ଘାତବାର ରହିଛି। ଅଯଥା ଖର୍ଚ୍ଚ ଯୋଗୁଁ ବ୍ୟୟ ବୃଦ୍ଧି ହୋଇପାରେ, ତେଣୁ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ବିଛା-ମନ କୌଣସି ଗୁପ୍ତ ଚିନ୍ତାରେ ଭାରାକ୍ରାନ୍ତ ରହିପାରେ, ଯାହା ଫଳରେ ମାନସିକ କ୍ଲେଶ ବଢ଼ିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତା ରକ୍ଷା କରିବାକୁ ଚେଷ୍ଟା କରନ୍ତୁ।

ଧନୁ-ଆସନ୍ତାକାଲି ସାମାଜିକ ସ୍ତରରେ ଆପଣଙ୍କର ପତିଆରା ବଢ଼ିବ ଏବଂ ସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଆପଣଙ୍କର ନେତୃତ୍ୱକୁ ସମସ୍ତେ ଗ୍ରହଣ କରିବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳତା ପାଇବେ।

ମକର-ଗୁରୁବାର ଆପଣଙ୍କ ମନ ବହୁତ ଶାନ୍ତ ଓ ଖୁସି ରହିବ। ଚତୁର୍ପାଶ୍ୱର ପରିବେଶରେ ପ୍ରସନ୍ନତା ବଜାୟ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଉନ୍ନତି କରିବେ।

କୁମ୍ଭ-ଆପଣଙ୍କ ପାଇଁ ଘାତବାର ରହିଛି, କିନ୍ତୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିଜ ରାଶିରେ ଚନ୍ଦ୍ର ଥିବାରୁ ଆପଣ ଚିନ୍ତା ଶୂନ୍ୟ ରହିବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାରେ ମନୋନିବେଶ କରିବେ।

ମୀନ-ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଆଶାଜନକ ସଫଳତା ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୌଣସି ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ଆଜି ଆପଣଙ୍କ ପାଇଁ ଦିନଟି ଖୁବ୍ ଶୁଭ ଅଟେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button