ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଖୁବ୍ ସରଗରମ୍ ରହିଥିଲା। ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିଥିଲେ। ପୂର୍ବତନ ସେନା ମୁଖ୍ୟ ଏମ୍ଏମ୍ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀକୁ ନେଇ ସଂସଦ ହୁଲସ୍ତୁଲ ହୋଇଥିବାବେଳେ ସରକାରୀ ଦଳ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ବାଧୀକର ଭଙ୍ଗ ନୋଟିସ ଆଣିବାକୁ ଯୋଜନା କରୁଛନ୍ତି। ଏପରିସ୍ଥଳେ ଲୋକସଭାରେ ଗତ ଦୁଇ ବର୍ଷ ହେଲା ନା ସ୍ବାଧୀକର ସମିତି ରହିଛି ନା ଏଥିକ୍ସ କମିଟି (ଆଚରଣ ବିଧି ସମିତି) ରହିଛି।ବିଜେପି ସାଂସଦ ନିଶିକାନ୍ତ ଦୁବେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଆପତ୍ତି କରିବାସହିତ ରାହୁଲ ମିଥ୍ୟା କହି ସଂସଦକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବାରୁ ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ଦୁବେ ଏକ ସ୍ପତନ୍ତ୍ର ପ୍ରସ୍ତାବ ଆଗତ କରିଛନ୍ତି।

