ଅର୍ଥନୀତିଓଡିଶା

ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ : ବିକଶିତ ଓଡିଶା ଲକ୍ଷ୍ୟକୁ ମିଳିବ ନୂଆ ଦିଗ

କେତେ ବଢ଼ିବ କାର୍ଯ୍ୟକ୍ରମ ଖର୍ଚ୍ଚ ବ୍ୟୟ ବରାଦ, ପୁଞ୍ଜି ଖର୍ଚ୍ଚ ବୃଦ୍ଧି ପାଇଁ କି ଉପାୟ କରାଯିବ? ରାଜ୍ୟର ନିରନ୍ତର ବିକାଶ ଦୌଡ଼କୁ ତ୍ୱରାନ୍ୱିତ କରିବା ପାଇଁ ସୀମିତ ସମ୍ବଳକୁ କେମିତି ବଣ୍ଟାଯିବ? ଆଗାମୀ ଆର୍ଥିକ ବର୍ଷ (୨୦୨୬-୨୭)ର ଆୟ ବ୍ୟୟ ଚିଠାରେ ଏସବୁ ପ୍ରଶ୍ନର ସମାଧାନ ବାଟ ଦେଖାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ ।

ଭୁବନେଶ୍ୱର, ୨୦/୦୨ : କେତେ ବଢ଼ିବ କାର୍ଯ୍ୟକ୍ରମ ଖର୍ଚ୍ଚ ବ୍ୟୟ ବରାଦ, ପୁଞ୍ଜି ଖର୍ଚ୍ଚ ବୃଦ୍ଧି ପାଇଁ କି ଉପାୟ କରାଯିବ? ରାଜ୍ୟର ନିରନ୍ତର ବିକାଶ ଦୌଡ଼କୁ ତ୍ୱରାନ୍ୱିତ କରିବା ପାଇଁ ସୀମିତ ସମ୍ବଳକୁ କେମିତି ବଣ୍ଟାଯିବ? ଆଗାମୀ ଆର୍ଥିକ ବର୍ଷ (୨୦୨୬-୨୭)ର ଆୟ ବ୍ୟୟ ଚିଠାରେ ଏସବୁ ପ୍ରଶ୍ନର ସମାଧାନ ବାଟ ଦେଖାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ ।

ମିଳିଥିବା ସୂଚନା କହୁଛି ବଜେଟ୍ ବ୍ୟୟ ବରାଦ ପାଖାପାଖି ୯ ପ୍ରତିଶତ ବଢ଼ିପାରେ । ବଜେଟ୍ ଆକାର ୩ ଲକ୍ଷ ୧୫ ହଜାର କୋଟି ଛୁଇଁବ । (୬୦%ରୁ ଅଧିକ) ବିକାଶମୂଳକ କାର୍ଯ୍ୟକ୍ରମରେ ବିନିଯୋଗ ହେବ । କାର୍ଯ୍ୟକ୍ରମ ଖର୍ଚ୍ଚ ୧୧ ପ୍ରତିଶତ ବଢ଼ିପାରେ । ଅଭିବୃଦ୍ଧିର ଇଂଜିନ୍ କୁହାଯାଉଥିବା ପୁଂଜି ଖର୍ଚ୍ଚ ବି ସମାନ ହାରରେ ବଢ଼ିବ । ରାଜସ୍ୱ ଆୟ ପାଖାପାଖି ୮ ପ୍ରତିଶତ ବଢ଼ି ୨ ଲକ୍ଷ ୫୦ ହଜାର କୋଟି ଟପିପାରେ । ଅବଶିଷ୍ଟ ସମ୍ବଳ ଋଣ ସୂତ୍ରରୁ ସଂଗ୍ରହ ହୋଇପାରେ । ସୀମିତ ସମ୍ବଳରେ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ବଳରେ ସବୁ କ୍ଷେତ୍ରର ସମାନୁପାତିକ ବିକାଶ ଚିଠା ପ୍ରସ୍ତାବରେ ଉଦ୍ୟମ ହୋଇଥିବା ଜଣାପଡ଼ିଛି ।

ରାଜ୍ୟର ନିଜସ୍ୱ ଟିକସ ସୂତ୍ରରୁ ୬୬ ହଜାର କୋଟି ଆୟ ହେବ ବୋଲି ୨୦୨୫-୨୬ ବଜେଟରେ ଆକଳନ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ ଟିକସ ଆୟ ୧୦ ପ୍ରତିଶତ ବଢ଼ି ୭୨ ହଜାର କୋଟି ଡେଇଁପାରେ ଆଗାମୀ ଆର୍ଥିକ ବର୍ଷ । ଅଣଟିକସ ଆୟ ଚଳିତ ଆଥିର୍କ ବର୍ଷ ତୁଳନାରେ ପାଖାପାଖି ୯% ବଢ଼ି ୬୫ ହଜାର କୋଟି ଛୁଇଁପାରେ।

କେନ୍ଦ୍ରୀୟ ଟିକସ ଭାଗ ବାବଦରେ ମିଳିବ ୬୭ ହଜାର ୪୬୦ କୋଟି ଯାହା ଚଳିତ ଆର୍ଥିକ ବର୍ଷ ତୁଳନାରେ ୭% ଅଧିକ । ବଜେଟ ଆକଳନ ତୁଳନାରେ ୨୦୨୫-୨୬ରେ ୧୩୦୦ କୋଟି କମ୍ ମିଳିବ । ଆକଳନ ଥିଲା ୬୪ ହଜାର ୪୬୦ କୋଟି ମିଳିବ । କିନ୍ତୁ ସଂଶୋଧିତ ଆକଳନରେ ଏହାକୁ ୬୩ ହଜାର ୭୩ କୋଟି ଟଙ୍କାକୁ ଖସିଛି କେନ୍ଦ୍ର ବଜେଟରେ । କେନ୍ଦ୍ରୀୟ ଅନୁଦାନ ସୂତ୍ରରୁ ପାଖାପାଖି ୪୩ ହଜାର କୋଟି ଟଙ୍କା ମିଳିବ ବୋଲି ଅର୍ଥ ବିଭାଗ ଅନୁମାନ କରୁଛି । ଗତ ବଜେଟରେ ଆକଳନ ଥିଲା ୪୧ ହଜାର ୫୯୨ କୋଟି । ହେଲେ ଡିସେମ୍ବର ସୁଦ୍ଧା ମିଳିଛି ମାତ୍ର ୯ ହଜାର ୮୨୫ କୋଟି, ଯାହା ପାଖାପାଖି ୨୪% । ଷୋଡ଼ଷ ଅର୍ଥ କମିଶନଙ୍କୁ ସୁପାରିସରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୫ ବର୍ଷ ପାଇଁ ୧୧ ହଜାର ୮୬୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଆସନ୍ତା ୫ ବର୍ଷ ଭିତରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ୭ ହଜାର ୧୧୯ ଟଙ୍କା ଏବଂ ସ୍ୱାୟତ୍ତ ଶାସନ ସଂସ୍ଥାକୁ ୨୩ ହଜାର ୭୯୩ କୋଟି ଟଙ୍କା ହସ୍ତାନ୍ତର କରିବ କେନ୍ଦ୍ର ।ଏହା ସତ୍ତେ୍ୱ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ସମ୍ବଳ ରହିବ ନାହିଁ । ଋଣ ସୂତ୍ରରୁ ଏହାକୁ ଭରଣା କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button