ଓଡିଶାଜିଲ୍ଲା

Arrest: ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ଘଟଣା: ଫେରାର ଅଭିଯୁକ୍ତ ଗିରଫ

ବୃଦ୍ଧାଙ୍କୁ ପଥରେରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ପୁଲିସ ଅଭିଯୁକ୍ତକୁ ଦଣ୍ଡ କରିଥିବା ସୂଚନା ମିଳିଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ଗ୍ରାମରେ ଗତ ୯ ଫେବ୍ରୁଆରି ରାତିରେ ସର୍ଗତଃ ସବାନ ସିଂଙ୍କ ବୃଦ୍ଧା ସ୍ତ୍ରୀ ପୂର୍ଣିମା ସିଂ...

ରାଇରଙ୍ଗପୁର/ବିଜାତଳା: ବୃଦ୍ଧାଙ୍କୁ ପଥରେରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ପୁଲିସ ଅଭିଯୁକ୍ତକୁ ଦଣ୍ଡ କରିଥିବା ସୂଚନା ମିଳିଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ଗ୍ରାମରେ ଗତ ୯ ଫେବ୍ରୁଆରି ରାତିରେ ସର୍ଗତଃ ସବାନ ସିଂଙ୍କ ବୃଦ୍ଧା ସ୍ତ୍ରୀ ପୂର୍ଣିମା ସିଂ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଭିନ୍ନଭିନ୍ନ ଘରେ ଶୋଇଥିବା ସମୟରେ ତାଙ୍କ ପଡୋଶୀ ଲୋକନାଥ ସି (୪୫) ଘର ଭିତରକୁ ପୋଶି  ପୁର୍ଣିମାଙ୍କୁ ପଥରରେ ଛେଚି ହତ୍ୟା କରି ରାତିସାରା ନିକଟସ୍ଥ ଜଙ୍ଗଲରେ ଲୁଚିଥିଲେ। ଭୋର ସକାଳୁ ସେ ପୁଣି ଫେରାର ହୋଇଯାଇଥିଲେ। ପରିବାର ଲୋକେ ପଡୋଶୀଙ୍କୁ ଡାକି କବାଟ ଖୋଲା କରାଇବା ପରେ ଦେଖିବାକୁ ପାଇଲେ ଯେ ପୂର୍ଣିମାଙ୍କ ଶବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚଟାଣରେ ପୋଡ଼ି ରହିଛି। ସକାଳୁ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ବାରିପଦାରୁ ସାଇଣ୍ଟିଫିକ୍ଟ ଟିମ୍ ଓ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ଆରମ୍ଭ କରିଥିଲେ। ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଜମିଜମା ବିବାଦ କିମ୍ବା ଗୁଣି ଗାରେଡ଼ିକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା। ଏନେଇ ଥାନା ଅଧିକାରୀଣି ବବିତା ରାଣୀ ପୁହାଣ କେସ ନଂ ୩୦/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲେ।

ପରବର୍ତ୍ତୀ ସମୟରେ ତଦନ୍ତ କରି ଜାଣିବାକୁ ପାଇଲେ ଯେ ପୂର୍ଣ୍ଣିମାଙ୍କ ପୋଡଶୀ ଲୋକନାଥ ସି ଓରଫ ମୋଟୁ (୪୫) ୧୨ ବର୍ଷ ପୂର୍ବରୁ ପୂର୍ଣ୍ଣିମାଙ୍କ ପୁଅ ବହୁକୁ ଭଲ ପାଇ ମହାରାଷ୍ଟ୍ରର ପୁନେକୁ ନେଇ ପଳାଇଥିଲା। ଲୋକନାଥ ମଝିରେ ମଝିରେ ଘରକୁ ଆସିଥିବା ସମୟରେ ପୂର୍ଣ୍ଣିମା ଓ ଲୋକନାଥଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତେବେ ଉକ୍ତ ଝଗଡ଼ା କେମିତି ସବୁଦିନ ପାଇଁ ବନ୍ଦ ହେବ ସେନେଇ ଅଭିଯୁକ୍ତ ଯୋଜନା କରିଥିଲା। ସେ ୮ ତାରିଖ ପୁନେରୁ ଭୁବନେଶ୍ୱର ଆସିବା ପରେ ସେଠାରୁ ବାରିପଦା ଆସିଥିଲା। ବାରିପଦାରୁ ବସ୍ ଯୋଗେ ବିଜାତଳା ଛକରେ ରାତିରେ ଓହ୍ଲାଇ ବଣକଟି ଜଙ୍ଗଲରେ ଛପି ରହିଥିଲା। ପୂର୍ଣ୍ଣିମାଙ୍କ ପରିବାରର ସମସ୍ତେ ସୋଇଯିବା ପରେ ସେ ଘର ଭିତରକୁ ଯାଇ ଏକ ପଥର ସାହାଯ୍ୟରେ ଛେଚି ହତ୍ୟା କରିବା ପରେ କନ୍ଥା ଓ ଶୀତ ବସ୍ତ୍ରରେ ଘଡାଇବା ପରେ ପଥରକୁ ବାଲିରେ ପୋତିଦେଇ ନିକଟସ୍ଥ ଜଙ୍ଗଲରେ ରାତି ସାରା ଲୁଚି ରହିଥିଲା। ସେଠାରୁ ସେ ଭୋର ସକାଳୁ ବିଜାତଳା ଯାଇ ବାରିପଦା ଓ ସେଠାରୁ ଭୁବନେଶ୍ୱର ଷ୍ଟେସନକୁ ଯାଇ ଟ୍ରେନ ଯୋଗେ ପୁନେ ପକାଇଥିଲା। ତେବେ ପୁଲିସ ଲୋକନାଥକୁ ପୁନେରୁ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button