ଓଡିଶା

Public Land Under Siege: ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ନିଜ ଦଖଲରେ ରଖି ବିକି ହେଉଛନ୍ତି ମାଲେମାଲ୍

ସ୍ଥିତି ଏମିତି ହେଲାଣି କି କେନାଲକୁ ପୋତିଲେଣି, ଗୋଚର ଜମିକୁ ବି ଗିଳିବାକୁ ଯୋଜନା କରିଛନ୍ତି। ଜଟଣୀର ଏମିତି ଅନେକ ଅଞ୍ଚଳରେ ଏବେ ମାତିଛନ୍ତି ଜମି ମାଫିଆ। ପ୍ରଶାସନକୁ ଅଭିଯୋଗ ହୋଇଛି ହେଲେ କାର୍ଯ୍ୟାନୁଷ୍ଠାନ କମ୍, ମିଳୁଛି ମାଫିଆଙ୍କ ନାଲିଆଖି।

ମାଡ଼ି ବସିଛନ୍ତି ମାଫିଆ
ଜମି ଦଲାଲଙ୍କ ଦବଦବା
ଜଟଣୀରେ ଜମି ଦଲାଲଙ୍କ ଜାଲ୍

ଦିନକୁ ଦିନ ବଢିବାରେ ଲାଗିଛି ଜମି ମାଫିଆଙ୍କ ଦୌରାତ୍ମ୍ୟ। ସରକାରୀ ଜମିକୁ ମାଡ଼ି ବସି ତାକୁ ବିକ୍ରି କରି ମାଲେମାଲ ହେଉଛନ୍ତି। କେନାଲ ବନ୍ଧକୁ ମଧ୍ୟ ଛାଡ଼ୁ ନାହାନ୍ତି। ସରକାରୀ ଜମିକୁ ପ୍ଲଟିଂ କରି ଶାଗମାଛ ଦରରେ ବିକ୍ରି କରି ଚାଲିଛନ୍ତି। ଜଟଣୀ ବ୍ଲକ ଅଧିନ ଗଡ଼ରଥିପୁର ଅଞ୍ଚଳର ଦୟାୱେଷ୍ଟ କେନାଲ । ୨୫ରୁ ୩୦ ଫୁଟ ଉଚ୍ଚର ମୋରମ, ମାଟି ଏବଂ ମାଙ୍କଡ଼ା ପଥର ସବୁ କେନାଲର ସୁରକ୍ଷା ବାଡ଼ ସାଜିଥିଲା। ହେଲେ ଏସବୁ ଏବେ ଜମି ମାଫିଆଙ୍କ କବଜାରେ।

ଗୋଚର ଜମିକୁ ବି ଛାଡ଼ୁ ନାହାନ୍ତି

ଖାଲି ଏହି ଗୋଟିଏ ଅଞ୍ଚଳ ନୁହେଁ ଜଟଣୀ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ବର୍ଷ ବର୍ଷ ଧରି ଏମିତି ବେଫିକର ଭାବରେ ମାଫିଆ ମାନେ ନିଜର ଆଧିପତ୍ୟ ଚଳାଇଛନ୍ତି। ପରିସ୍ଥିତି ଏମିତି ହେଲାଣି କି ଗୋଚର ଜମିକୁ ବି ଛାଡ଼ି ନାହାନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ନିଦାବିଷ୍ଣୁ ସାଜିଛି ପ୍ରଶାସନ। ପୋଲିସ୍ ବି  କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ସରକାରୀ ଜମିରେ ବେଆଇନ୍ ଭାବେ ଘର ଦ୍ବାର କରି ରହିଥିବା ଘର ମାନଙ୍କୁ କିପରି ବିଦ୍ୟୁତ୍ ସଂଯୋଗ ସହ ପାଇପ୍ ଯୋଗେ ପାଣି ପହଞ୍ଚୁଛି ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ସେପଟେ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, ଜମିର ସ୍ଥିତି ଦେଖି ପରଖି କାର୍ଯ୍ୟାନୁଷ୍ଠାନ ହେବ । ଅଭିଯୋଗ ହେଉଛି, ପ୍ରତିଶ୍ରୁତି ମିଳୁଛି ହେଲେ କାର୍ଯ୍ୟାନୁଷ୍ଠାନ କେବେ ତାକୁ ନେଇ ବଢ଼ିଛି ସନ୍ଦେହ।…

Show More

Leave a Reply

Your email address will not be published. Required fields are marked *

Back to top button