Breaking News

କଥାଟିଏ-ଯାଯାବର: କେଉଁଠି ଖୋଜୁଛ?

ସଂଧ୍ୟା ଉପନୀତ। ସୂର୍ଯ୍ୟ ଢଳିଲେଣି। ନିଜ ଛୋଟ କୁଡ଼ିଆ ବାହାର ପଡ଼ିଆରେ ସନ୍ନ୍ୟାସୀ କିଛି ଖୋଜିବାରେ ବ୍ୟସ୍ତ ଥିଲେ। ଗାଁ ଲୋକେ ପଚାରିଲେ- କ’ଣ ଖୋଜୁଛନ୍ତି? ସନ୍ନ୍ୟାସୀ କହିଲେ- ଛୁଞ୍ଚିଟିଏ ପଡ଼ିଯାଇଛି। ତାକୁ ଖୋଜୁଛି।

ସଂଧ୍ୟା ଉପନୀତ। ସୂର୍ଯ୍ୟ ଢଳିଲେଣି। ନିଜ ଛୋଟ କୁଡ଼ିଆ ବାହାର ପଡ଼ିଆରେ ସନ୍ନ୍ୟାସୀ କିଛି ଖୋଜିବାରେ ବ୍ୟସ୍ତ ଥିଲେ। ଗାଁ ଲୋକେ ପଚାରିଲେ- କ’ଣ ଖୋଜୁଛନ୍ତି?
ସନ୍ନ୍ୟାସୀ କହିଲେ- ଛୁଞ୍ଚିଟିଏ ପଡ଼ିଯାଇଛି। ତାକୁ ଖୋଜୁଛି।
କିଛି ସମୟ ପରେ ଅନ୍ଧାର ହୋଇଯିବ। ସନ୍ନ୍ୟାସୀ ହଇରାଣ ହେବେ। ତେଣୁ ଲୋକମାନେ ବି ଛୁଞ୍ଚି ଖୋଜାରେ ଲାଗିଗଲେ। ଅନେକ ଖୋଜିବା ପରେ ଛୁଞ୍ଚି ମିଳିଲା ନାହିଁ।
ଅନ୍ଧାର ହୋଇଗଲା। ଗାଁର ଜଣେ ଧନୀ ଲୋକଙ୍କ ଘର ପ୍ରାଙ୍ଗଣ ଦୀପର ଆଲୋକରେ ଉଦ୍‌ଭାସିତ ହେଲା। ସନ୍ନ୍ୟାସୀ କହିଲେ- ଚାଲ ସେଠି ଖୋଜିବା।
ଏବେ ଲୋକେ ବିସ୍ମିତ ହୋଇ ତାଙ୍କ ମୁହଁକୁ ଚାହିଁଲେ। କେହି ଜଣେ ପଚାରିଲେ- ଛୁଞ୍ଚିଟି ଠିକ୍ କେଉଁଠି ହଜାଇଲ କୁହ।
ସନ୍ନ୍ୟାସୀ କହିଲେ- ଛୁଞ୍ଚିଟି ଘର ଭିତରେ କେଉଁଠି ପଡ଼ିଗଲା। ଘର ଭିତରଟା ଅନ୍ଧାର। ଦୀପଟିଏ ଲଗାଇବା ଲାଗି ମୋ ପାଖରେ ସାଧନ ନାହିଁ। ତେଣୁ ଯେଉଁଠି ଆଲୋକ ଅଛି, ସେଠି ଖୋଜୁଛି। ଏବେ ଏଠି ଅନ୍ଧାର ହୋ‌ଇଗଲା। କିନ୍ତୁ ଦେଖ ସେ ଘରର ଅଗଣା ଆଲୋକିତ। ଚାଲ ସେଠି ଖୋଜିବା।
ଲୋକେ ମୁଣ୍ଡରେ ହାତ ଦେବା ସହିତ ବିରକ୍ତିରେ କହିଲେ- ଆପଣ କ’ଣ ପାଗଳ?
ସନ୍ନ୍ୟାସୀ କହିଲେ- କାହିଁକି? ସମସ୍ତେ ଯାହା କରୁଛନ୍ତି, ମୁଁ ତ ତାହା ହିଁ କରୁଛି। ଏହା ତ ଏବର ଯୁଗ ଧର୍ମ। ଲୋକେ ସୁଖ, ଶାନ୍ତି, ଆନନ୍ଦ; ଏ ସବୁ କିଛି ସେଇଠି ଖୋଜୁଛନ୍ତି। ଯେଉଁଠି ଆଲୋକ ଅଛି। ଅଥଚ ସେ ସବୁ ଅଛି ସେମାନଙ୍କ ଭିତରେ। ଭିତରର ଅନ୍ଧକାର ଦୂର କରି ତାହା ଖୋଜିବା ଲାଗି ଚୈତନ୍ୟର ଯେଉଁ ଦୀପ ଜଳିବା କଥା, ତାହା ସେମାନଙ୍କ ପାଖରେ ନାହିଁ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.