ଓଡିଶାଜିଲ୍ଲା

Tragic Incident: ସ୍ତ୍ରୀର ମୃତଦେହ ସହ ୩ ଦିନ, ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀର ବି ମୃତ୍ୟୁ

ଘର ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ସ୍ତ୍ରୀର ମୃତଦେହକୁ ୩ ଦିନ ଧରି ଜଗି ରହିଥିଲା ସ୍ୱାମୀ। ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀର ମୃତ୍ୟୁ।

ଘର ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ସ୍ତ୍ରୀର ମୃତଦେହକୁ ୩ ଦିନ ଧରି ଜଗି ରହିଥିଲା ସ୍ୱାମୀ। ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ସନଯୋବ ଗାଁରେ।

ସୂଚନା ଅନୁଯାୟୀ, ଗାଁର ଗୋବିନ୍ଦ ଭୋଇ ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଭୋଇ ସେହି ଘରେ ରହୁଥିଲେ। ହେଲେ ଗତ କିଛି ଦିନ ଧରି ଭିତରପଟୁ କବାଟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଏହି ଖବର ପାଇ ରୁକ୍ମିଣୀଙ୍କ ଭଉଣୀ ଆସି ରୁକ୍ମିଣୀଙ୍କ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।

ପୋଲିସ ପହଞ୍ଚି ରୁକ୍ମିଣୀଙ୍କ ମୃତଦେହ ସହ ଗୋବିନ୍ଦ ଭୋଇଙ୍କୁ ବେହୋସ ଅବସ୍ଥାରେ ଦେଖିବକୁ ପାଇଥିଲେ। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ପରେ ମେଡିକାଲରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଛି। ରୁକ୍ମିଣୀଙ୍କ ମୃତ୍ୟୁ ୩ ଦିନ ପୂର୍ବରୁ ହୋଇଥିବା ପୋଲିସ ଅନୁମାନ କରିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ସୌଜନ୍ୟ OTV

Show More

Leave a Reply

Your email address will not be published. Required fields are marked *

Back to top button