ବିଶେଷ

Movie: ବିଲୁପ୍ତି ଆଡ଼କୁ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର!

ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ଏକ ଚିନ୍ତାଜନକ ବିଷୟ ଉତ୍‌ଥାପନ କରିଛନ୍ତି। ତାଙ୍କ ମତରେ ମୁଖ୍ୟ ଭୂମିକାରେ ନାରୀ ଚରିତ୍ର ଥିବା ତଥା ଅଣପାରମ୍ପରିକ କଥାବସ୍ତୁକୁ ନେଇ ନିର୍ମିତ ଚଳଚ୍ଚିତ୍ର ବିଲୁପ୍ତି ଆଡ଼କୁ ଗତି କରୁଛି।

ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ଏକ ଚିନ୍ତାଜନକ ବିଷୟ ଉତ୍‌ଥାପନ କରିଛନ୍ତି। ତାଙ୍କ ମତରେ ମୁଖ୍ୟ ଭୂମିକାରେ ନାରୀ ଚରିତ୍ର ଥିବା ତଥା ଅଣପାରମ୍ପରିକ କଥାବସ୍ତୁକୁ ନେଇ ନିର୍ମିତ ଚଳଚ୍ଚିତ୍ର ବିଲୁପ୍ତି ଆଡ଼କୁ ଗତି କରୁଛି। ଏହି ଅବସ୍ଥା ପାଇଁ ଦର୍ଶକମାନଙ୍କ ସମର୍ଥନର ଅଭାବକୁ ସେ ଦାୟୀ କରିଛନ୍ତି। କିଛି ଲୋକ ଭାବନ୍ତି ଯେ ଓଟିଟି ମଞ୍ଚକୁ ଆସିଲା ପରେ ଏଭଳି ନାରୀକୈନ୍ଦ୍ରିକ ଚଳଚ୍ଚିତ୍ରଗୁଡ଼ିକୁ ଦେଖିବେ ଏବଂ ସମର୍ଥନ କରିବେ। ହେଲେ ବାସ୍ତବତା ହେଲେ ଓଟିଟି ମଞ୍ଚମାନେ ମଧ୍ୟ ଏବେ ଏହିଭଳି ସିନେମା ଦେଖାଇବାକୁ ଚାହୁଁନାହାନ୍ତି। ପ୍ରେକ୍ଷାଳୟରେ ସଫଳ ଚଳଚ୍ଚିତ୍ରଗୁଡ଼ିକୁ ହିଁ ଓଟିଟି ମଞ୍ଚମାନେ ବାଛୁଛନ୍ତି। ଏହାର କାରଣ ହେଲା ସେମାନେ ପ୍ରେକ୍ଷାଳୟର ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଚାହାନ୍ତି ଯେଉଁମାନେ ଆକ୍ସନ୍‌ପୂର୍ଣ୍ଣ ସିନେମା ଦେଖିବାକୁ ପସନ୍ଦ କରନ୍ତି।

ଏହି ପ୍ରକ୍ରିୟାରେ ଅଣପାରମ୍ପରିକ ଚଳଚ୍ଚିତ୍ରଗୁଡ଼ିକ ଉଭୟ ପ୍ରେକ୍ଷାଳୟ ଓ ଓଟିଟିରେ ସ୍ଥାନ ପାଇବା ଦିନକୁ ଦିନ କଷ୍ଟକର ହେବାକୁ ଲାଗିଛି। ତେବେ ଖାଇବାରେ ନାନା ବ୍ୟଞ୍ଜନ ପରି ଚଳଚ୍ଚିତ୍ରରେ ମଧ୍ୟ ବିବିଧତା ରହିବା ଉଚିତ। କେବଳ ଗୋଟିଏ ପ୍ରକାରର ସିନେମା ଯଦି ଦେଶରେ ନିର୍ମାଣ ହେବେ ତେବେ ବିଶ୍ବ ସ୍ତରରେ ପ୍ରତିଯୋଗିତା କରିବା ସମ୍ଭବ ହେବ ନାହିଁ। ତେଣୁ ଦର୍ଶକମାନେ ଏ କଥାକୁ ହୃଦୟଙ୍ଗମ କରି ପ୍ରେକ୍ଷାଳୟ ଯାଇ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ରଗୁଡ଼ିକୁ ଦେଖିବା ଓ ଭଲ ଚଳଚ୍ଚିତ୍ରଗୁଡ଼ିକର ପ୍ରଚାର କରିବା ଉଚିତ ବୋଲି ତାପସୀଙ୍କ ମତ।

ତାପସୀ ଅତୀତରେ ପିଙ୍କ୍‌, ନାମ ଶବାନା, ମନମର୍ଜିୟାଁ, ବଦଲା, ଷାଣ୍ଡ୍‌ କି ଆଁଖ, ଥପ୍ପଡ ପରି ଚଳଚ୍ଚିତ୍ରରେ ଅଭିନୟ କରି ନାରୀମାନଙ୍କ ପ୍ରସଙ୍ଗ ଓ ସ୍ବରକୁ ଉତ୍‌ଥାପନ କରିଆସିଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ଅସ୍ସୀ’ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି, ଯାହା ଉଭୟ ଦର୍ଶକ ଓ ସମୀକ୍ଷକଙ୍କ ଦ୍ବାରା ପ୍ରଶଂସିତ ହେଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button