ଅପରାଧଓଡିଶାଜିଲ୍ଲା

Rape: ନାବାଳିକା ଗର୍ଭବତୀ ଘଟଣା: ଅଭିଯୁକ୍ତଙ୍କର ହେବ ଡିଏନ୍‌ଏ ଟେଷ୍ଟ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ୧୫ ବର୍ଷ ବୟସର ନାବାଳିକା ଚାରିମାସର ଅନ୍ତସତ୍ବା ହେଇଥିବା ସୋମବାର ବାଙ୍ଗିରିପୋଷି ଥାନାରେ ଅଭିଯୋଗ କଲା ପରେ ପୁଲିସ ତତ୍ପରତା ଦେଖାଇଛି।

କଳାବାଡ଼ିଆ: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ୧୫ ବର୍ଷ ବୟସର ନାବାଳିକା ଚାରିମାସର ଅନ୍ତସତ୍ବା ହେଇଥିବା ସୋମବାର ବାଙ୍ଗିରିପୋଷି ଥାନାରେ ଅଭିଯୋଗ କଲା ପରେ ପୁଲିସ ତତ୍ପରତା ଦେଖାଇଛି। ଘଟଣାରେ ଚାରି ଜଣ ଯୁବକଙ୍କୁ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତମାନେ ହେଲେ ଷୋରିଷପାଳ ଗ୍ରାମର ଲବ ହାଁସଦା (୨୦), ମଝି ଗାଁର ଡମନ ହେମ୍ରମ ( ୨୦), କଦମ୍ବ ଡିହାର ପୁରେଇ ହାଁସଦା (୨୨), ଓ ବିରୁଡିହିର ସାଲଖାନ ଟୁଡୁ (୨୧)। ଏହା ଏକ ପ୍ରେମ ଜନିତ ଘଟଣା ବୋଲି ଜଣାପଡିଛି। ତେବେ ନାବାଳିକା ପେଟରେ ବଢ଼ୁଥିବା ପିଲାର ବାପ କିଏ ଡିଏନଏ ଟେଷ୍ଟ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button