ଓଡିଶାଜିଲ୍ଲା

Journalist Attacked: ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣକୁ ନିନ୍ଦା ଓ ବିରୋଧ

ବାରମ୍ବାର ସାମ୍ବିଦକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଏସୟୁଜେ ପକ୍ଷରୁ ନିନ୍ଦା ଓ ବିରୋଧ କରାଯାଇଛି। ଏନେଇ ରାଜ୍ୟ ପୁଲିସ ଡିଜିଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ବାରମ୍ବାର ସାମ୍ବିଦକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଏସୟୁଜେ ପକ୍ଷରୁ ନିନ୍ଦା ଓ ବିରୋଧ କରାଯାଇଛି। ଏନେଇ ରାଜ୍ୟ ପୁଲିସ ଡିଜିଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ସାମ୍ବାଦିକମାନଙ୍କୁ ଅସାମାଜିକ ଏବଂ ମାଫିଆମାନଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣ ଓ ପୁଲିସ ନିକଟରେ ମିଛ ମାମଲା ଇତ୍ୟାଦି ବଢ଼ି ଚାଲିଛି।

ଓଡ଼ିଶା ସରକାର ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ କରିବା ନିମନ୍ତେ ଟାଳଟୁଳ ନୀତି ଅବଲମ୍ଵନ କରୁଛନ୍ତି। ଦିନକୁ ଦିନ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ଆକ୍ରୋଶ ମୂଳକ ପଦକ୍ଷେପ ସହିତ ଆକ୍ରମଣ ବୃଦ୍ଧି ପାଇ ଚାଲିଛି। ଗତ ୧୯ ତାରିଖ ଦିନ ଢେଙ୍କାନାଳଜିଲ୍ଲା ପରଜଙ୍ଗର ସାମ୍ବାଦିକ ସାନ୍ତନୁ କୁମାର ଭୁକ୍ତା ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ବାଲି ମାଫିଆ ଓ ତାଙ୍କ ଦ୍ବାରା ପ୍ରେରିତ ୬ ଜଣ ବ୍ୟକ୍ତି ସାନ୍ତନୁଙ୍କୁ ଖଣ୍ଡା ଭୁଜାଲିରେ ହାଣି ମରଣାତ୍ମକ ଆକ୍ରମଣ କରିଛନ୍ତି। ସାନ୍ତନୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେ ଭୁବନେଶ୍ବରରେ ଚିକିସ୍ଥିତ ହେଉଛନ୍ତି।

ସାମ୍ବାଦିକ ସାନ୍ତନୁଙ୍କ ଉପରେ ଏହି ଆକ୍ରମଣକୁ ‘ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା’ ତୀବ୍ର ନିନ୍ଦା କରିବା ସହିତ ଆକ୍ରମଣକାରୀମାନଙ୍କୁ ଯଥାଶୀଘ୍ର ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ତେଣୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଉଛି ଯେ ସାନ୍ତନୁ ଭୁକ୍ତାଙ୍କ ଉପରେ ଯେଉଁ ସ୍ଥାନରେ ମରଣାନ୍ତକ ଆକ୍ରମଣ ହୋଇଥିଲା ସେହି ଅଂଚଳର ପୁଲିସ ତୁରନ୍ତ ଯଦି  ଆକ୍ରମଣକାରୀ ଏବଂ ଏହାର ମାଷ୍ଟର ମାଇଣ୍ଡ ବାଲି ମାଫିଆଙ୍କୁ ଗିରଫ ନ କରେ ତେବେ ଏସୟୁଜେ ଓଡ଼ିଶା ଆନ୍ଦୋଳନାତ୍ମକ ପନ୍ଥାର ଆଶ୍ରୟ ନେବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button