ଅପରାଧଓଡିଶା

Student Gang Raped Killed ପାରାଦୀପରେ ଲୋମଟାଙ୍କୁରା କାଣ୍ଡ: ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା, ବିହାରୀ ଯୁବକ ଗିରଫ, ୟୁପି ଏବଂ ଓଡ଼ିଆ ଯୁବକ ଅଟକ

ପାରାଦୀପ ତାରିଣୀଗଡ଼ାରେ ଚାରି ମହଲା କୋଠା ତଳୁ ମହିଳାଙ୍କ ଉଲଗ୍ନ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା, ବିହାରୀ ଯୁବକ ଗିରଫ, ୟୁପି ଏବଂ ଓଡ଼ିଆ ଯୁବକ ଅଟକ।

ଜଗତସିଂହପୁର: ପାରାଦୀପ ତାରିଣୀଗଡ଼ାରେ ଚାରି ମହଲା କୋଠା ତଳୁ ମହିଳା ଉଲଗ୍ନ ରକ୍ତାକ୍ତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ସେହିପରି ପୀଡ଼ିତାଙ୍କର ପରିଚୟ ମିଳିବା ସହ ସେ ଜଣେ ଛାତ୍ରୀ ବୋଲି ଜଣାପଡ଼ିଛି। ପୀଡ଼ିତା ଯୁକ୍ତ ୩ରେ ପଢ଼ୁଥିବା ବେଳେ ତାଙ୍କ ଘର ତିର୍ତ୍ତୋଲ ଥାନା କୋଲର ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୁଲିସ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ଜଣେ ବିହାରୀ ଯୁବକଙ୍କୁ ଗିରଫ କରିଛି। ସେହି ରୁମରେ ଥିବା ଉତ୍ତରପ୍ରଦେଶର ଜଣେ ଯୁବକ ଏବଂ ଜଣେ ଓଡ଼ିଆ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ପରିବାର ଲୋକ ରାତିରେ ପହଞ୍ଚିଥିବା ବେଳେ ଏ ନେଇ ଲିଖିତ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି। ପୁଲିସ ତନାଘନା ଚଳାଇଥିବା ବେଳେ ଅଭିଯୁକ୍ତଙ୍କର ଡାକ୍ତରୀମାଇନା କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଚତୁର୍ଥ ମହଲାରେ ଯେଉଁ ଘରେ କାଣ୍ଡ ଘଟିଥିଲା ସେହି ଘରେ ରହୁଥିବା ବିହାରୀ ଯୁବକ ସମ୍ପୃକ୍ତ ଛାତ୍ରୀଙ୍କୁ ସାଙ୍ଗରେ ନେଇ ରୁମକୁ ଆସିଥିଲେ। ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ହତ୍ୟା କରିଥିଲେ। କିନ୍ତୁ ଅନ୍ୟମାନେ ମଧ୍ୟ ଦୁଷ୍କର୍ମ କରିଥିବା ସନ୍ଦେହରେ ପୁଲିସ ତନାଘନା ଚଳାଇଛି। କିନ୍ତୁ ହତ୍ୟାର କାରଣ କଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଛାତ୍ରୀଙ୍କ ଘର ତିର୍ତ୍ତୋଲ କୋଲର ହୋଇଥିବା ବେଳେ ସେ ସେଠାକୁ କେମିତି ଗଲେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଉପରୁ ଛାତ୍ରୀଙ୍କ ମୋବାଇଲ ଫୋନ୍ ଠାବ କରିଥିଲା

ମିଳିଥିବା ସୂଚନା ଅନୁସାରେ, ତାରିଣୀଗଡ଼ାର ଶମ୍ଭୁ ଖୁଣ୍ଟିଆଙ୍କ କୋଠାର ଚତୁର୍ଘ ମହଲାରେ ଚାରୋଟି ରୁମ୍ ଅଛି। ସେଥିରୁ ଗୋଟିଏ ରୁମରେ ଅଭିଯୁକ୍ତମାନେ ରହୁଥିଲେ। ଘଟଣା ପରେ ପୁଲିସ ଯେତେବେଳେ ରୁମ ଛାନଭିନ୍ କଲା ସେଠାରୁ ମହିଳାଙ୍କର ଅନ୍ତବସ୍ତ୍ର, ଚୁଡ଼ିଦାର ପ୍ୟାଣ୍ଟ ତାଜା ଉପରୁ ଜବତ କରିଥିଲା। ଦୁଷ୍କର୍ମ ବୋଲି ପୁଲିସ ସ୍ପଷ୍ଟ ହୋଇ ଯାଇଥିଲା। ଆଜି ଯେତେବେଳେ ଅନ୍ୟ ରୁମ ଛାନଭିନ୍ କରିଥିଲା ରୋଷେଇ ଘର ତାଜା ଉପରୁ ଛାତ୍ରୀଙ୍କ ମୋବାଇଲ ଫୋନ୍ ଠାବ କରିଥିଲା। ମୋବାଇଲ ଫୋନକୁ ଅଭିଯୁକ୍ତମାନେ ସୁଇଚ ଅଫ୍ କରି ତାଜା ଉପରକୁ ଫିଙ୍ଗି ଦେଇଥିଲେ। ପୁଲିସ ମୋବାଇଲ ଫୋନ୍ ଅନ୍ କରିବା ପରେ ଛାତ୍ରୀଙ୍କ ଭାଇ ଫୋନ୍ କଲ୍ କରିଥିଲେ। ଫୋନ୍ କରି ସେ ଛାତ୍ରୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥିଲେ।

ଯେଉଁ ପୋଷାକ ଛାତ କାନ୍ଥରେ ଯାଇଥିବା ଗ୍ୟାସ ପାଇପ ଲାଇନରେ ଲାଗିଛି ତାହା ଛାତ୍ରୀଙ୍କ ସହ ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ଛାତ ଉପରେ ଚପଲକୁ ଏପରି ଭାବେ ଖଞ୍ଜି ରଖାଯାଇ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରାଯାଇଥିବା ଜଣାପଡ଼ିଛି। ଛାତ୍ରୀଙ୍କ ପରିବାର ଲୋକଙ୍କ ଆଧାରରେ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି। ପୁଲିସ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ଦେବ ବୋଲି ସୂଚନା ମିଳିଛି। ଅନେକ ରହସ୍ୟ ଉପରୁ ପରଦା ଉଠିବ ବୋଲି କୁହାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button