ଓଡିଶାଜିଲ୍ଲା

Dead Body Headmaster Rescued ନିଖୋଜ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ଶବ ଉଦ୍ଧାର

ରତାଖଣ୍ଡିଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତ ଗତ ପାଞ୍ଚ ଦିନ ଧରି ନିଖୋଜ ଥିବା ବେଳେ ଆଜି ଛତିଶଗଡ଼ ରାଜ୍ୟ ମେନପୁର ଜଙ୍ଗଲରେ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତ ଗତ ପାଞ୍ଚ ଦିନ ଧରିନିଖୋଜ ଥିବା ବେଳେ ଆଜି ଛତିଶଗଡ଼ ରାଜ୍ୟ ମେନପୁର ଜଙ୍ଗଲରେ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି। ଝରିଗାଁ ପୁଲିସ ମେନପୁରରେ ପହଞ୍ଚିଥିବା ଜଣାପଡ଼ିଛି।

ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଭାଇ

ଏଠାରେ ପ୍ରକାଶ ଯେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଭକ୍ତଙ୍କୁ ଚଳିତ ବର୍ଷ ଦଶମ ପରୀକ୍ଷା ପାଇଁ ଝରିଗାଁ ବ୍ଲକ ଅନ୍ତର୍ଗତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଗତ ପାଞ୍ଚ ଦିନ ତଳେ ଶ୍ରୀ ଭକ୍ତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମସ୍ତ କାମ ଶେଷ କରି ଦିନ ୧୨ଟା ୧୦ ମିନିଟରେ ବାହାରିଥିଲେ। ତେବେ ଶ୍ରୀ ଭକ୍ତ ଉମରକୋଟ ସହର ନିକଟସ୍ଥ ବଡ଼ଭରଣ୍ଡି ଗ୍ରାମରେ ରହୁଥିବା ବେଳେ ଘରେ ପହଞ୍ଚି ନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ। ଶେଷରେ ଅଲେଖ ଚରଣ ଭକ୍ତଙ୍କ ଭାଇ ବାଲ୍ୟ ଭକ୍ତ ନିଖୋଜ ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଝରିଗାଁ ପୁଲିସ ଲିଖିତ ଅଭିଯୋଗ ପାଇ ପ୍ରଧାନ ଶିକ୍ଷକଙ୍କୁ ଖୋଜିବା ଆରମ୍ଭ କରିଥିଲେ। ତେବେ ବିଭିନ୍ନ ସିସି ଟିଭି ଫୁଟେଜରୁ ଗତ ପାଞ୍ଚ ଦିନ ତଳେ ନିଖୋଜ ପ୍ରଧାନ ଶିକ୍ଷକ ଚନ୍ଦାହାଣ୍ଡି ସଦର ମହକୁମାର ଏକ ପେଟ୍ରୋଲ ପମ୍ପରେ ତେଲ ପକାଇ କଳାହାଣ୍ଡି ଅଭିମୁଖେ ଯାଇଥିବା ଝରିଗାଁ ପୁଲିସ ଜାଣିବାକୁ ପାଇଥିଲେ। ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button