ସ୍ବାମୀକୁ ହତ୍ୟା କରି କିଛି ନଘଟିବା ପରି ପ୍ରେମିକ ସହ ଖେଳୁଥିଲେ ହୋଲି
ଉତ୍ତରପ୍ରଦେଶର ମିରଟରେ ସୌରଭ ରାଜପୁତଙ୍କ ହତ୍ୟା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ସୌରଭଙ୍କୁ ତାଙ୍କ ସ୍ତ୍ରୀ ମୁସ୍କାନ ନିଜ ପ୍ରେମିକ ସହ ମିଶି ହତ୍ୟା କରିଥିବା ଜଣାପଡ଼ିଛି।
ମିରଟ: ଉତ୍ତରପ୍ରଦେଶର ମିରଟରେ ସୌରଭ ରାଜପୁତଙ୍କ ହତ୍ୟା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ସୌରଭଙ୍କୁ ତାଙ୍କ ସ୍ତ୍ରୀ ମୁସ୍କାନ ନିଜ ପ୍ରେମିକ ସହ ମିଶି ହତ୍ୟା କରିଥିବା ଜଣାପଡ଼ିଛି। ଏବେ ସୌରଭଙ୍କ ପତ୍ନୀ ମୁସ୍କାନଙ୍କ ଏକ ଫଟୋ ଭାଇରାଲ୍ ହୋଇଛି। ଫଟୋରେ ସେ ତାଙ୍କ ପ୍ରେମିକ ସହିତ ହୋଲି ଖେଳୁଥିବାର ଦେଖିବାକୁ ମିଳିଛି।
ସ୍ୱାମୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ କାଟି ସିମେଣ୍ଟରେ ଢାଙ୍କି ଡ୍ରମରେ ପଚିବା ପାଇଁ ଛାଡିବାର ମାତ୍ର ୧୧ ଦିନ ପରେ ମୁସ୍କାନ ରସ୍ତୋଗୀ ମନାଲିରେ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହ ହୋଲି ଖେଳୁଥିଲେ, ହସୁଥିଲେ ଏବଂ ଏପରି ଏକ ଭିଡିଓ ପାଇଁ ପୋଜ୍ ଦେଉଥିଲେ ଯେପରି କିଛି ଘଟିନାହିଁ।
ମାର୍ଚ ୧୪ ତାରିଖରେ ପାଳିତ ହୋଲିର ଭିଡିଓରେ ମୁସ୍କାନ ଏବଂ ସାହିଲ ମୁହଁରେ ରଂଗ ମାରି କ୍ୟାମେରା ସମ୍ମୁଖରେ ପୋଜ୍ ଦେଉଥିଲେ।
ସମ୍ପ୍ରତି ସୌରଭଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସି ଯାଇଛି। ମିରଟର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଡାକ୍ତର ଅଶୋକ କଟାରିଆ କହିଛନ୍ତି ଯେ ରିପୋର୍ଟ ଅନୁସାରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯାଇଛି।
ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ଶରୀରରେ ଥିବା କ୍ଷତ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡାକ୍ତରୀ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି, ଯାହା ପୁଲିସକୁ ମାମଲା ସମାଧାନ କରିବାରେ ସାହାଯ୍ୟ କରିବ।
ଉଭୟ ଅଭିଯୁକ୍ତ ଅପରାଧ ସ୍ୱୀକାର କରିଛନ୍ତି। ଆମେ କିଛି ପ୍ରମାଣ ମଧ୍ୟ ପାଇଛୁ। ତନ୍ତ୍ର-ମନ୍ତ୍ରର ଦୃଷ୍ଟିକୋଣରୁ ଏପର୍ଯ୍ୟନ୍ତ ଆମେ କୌଣସି ପ୍ରମାଣ ପାଇନାହୁଁ ।
ସୌଜନ୍ୟ-ସମ୍ୱାଦ
Comments are closed.