ଅପରାଧଓଡିଶାଜିଲ୍ଲା

Murder: ଛେଳି ଚୋରି ଅଭିଯୋଗ: ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ହତ୍ୟା, ଜଣେ ଗୁରୁତର ବାରିପଦା ଡାକ୍ତରଖାନାରେ ଭର୍ତ୍ତି

ଛେଳି ଚୋରି ଅଭିଯୋଗରେ ଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ନିସ୍ତୁକ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖଳି ଗ୍ରାମ ହେରୋଗଡ଼ା ସାହିରେ ଘଟିଛି।

ରାଇରଙ୍ଗପୁର/ତିରିଂ/ବହଳଦା: ଛେଳି ଚୋରି ଅଭିଯୋଗରେ ଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ନିସ୍ତୁକ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ମୟୂରଭଞ୍ଜଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖଳି ଗ୍ରାମ ହେରୋଗଡ଼ା ସାହିରେ ଘଟିଛି। ସୂଚନା ଅନୁସାରେ, ହେରୋଗଡ଼ା ସାହିରେ ୪ ଜଣ ଛେଳି ଚୋରି କରିଥିଲେ। ଏହି ସମୟରେ ଗ୍ରାମବାସୀ ସେମାନଙ୍କୁ ଧରିବା ପାଇଁ ଗୋଡ଼ାଇଥିଲେ। ତେବେ ୨ ଜଣ ଖସିଯାଇଥିବା ବେଳେ ଅନ୍ୟ ଦୁଇଜଣ ମାଟ୍ରିକ୍‌ ପରୀକ୍ଷାର୍ଥୀ ଧରାପଡ଼ିଥିଲେ।

ଏହାପରେ ଗ୍ରାମବାସୀମାନେ ଦୁଇ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ବାନ୍ଧି ମାଡ଼ ମାରିଥିଲେ। ସେମାନଙ୍କୁ ରାତି ପ୍ରାୟ ୧୧ଟା ବେଳେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକା‌ଲ କଲେଜ ଓ ହସ୍‌ପିଟାଲ୍‌ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଓ ଗୁରୁତର ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପରିବାର ଲୋକ ଚୋରି ଘଟଣାକୁ ଅସ୍ବୀକାର କରିଛନ୍ତି। ଆଜି ଦୁହିଁଙ୍କ ପରୀକ୍ଷା ସରିଥିବା ବେଳେ ଏପରି ଏକ ଘଟଣା ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଏନେଇ ଝରାଡ଼ିହି, ତିରିଂ, ବହଳଦା ଓ ରାଇରଙ୍ଗପୁର ଟାଉନ୍‌ ଥାନା ପୁଲିସ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button