ଅପରାଧଓଡିଶାଜିଲ୍ଲା

Loot Gold 7 lakhs Cash ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ଦୁର୍ବୃତ୍ତ ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ଓ ୭ ଲକ୍ଷ ଟଙ୍କା

ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଲମୁଣ୍ଡାରେ ସଶସ୍ତ୍ର ଡକାୟତି। ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ମାଡମାରି ଦୁର୍ବୃତ୍ତ ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ଓ ପ୍ରାୟ ୭ ଲକ୍ଷ ଟଙ୍କା। ସ୍ୱାମୀ ଓ ସ୍ତ୍ରୀ ଆହତ।

ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତାଲମୁଣ୍ଡାରେ ସଶସ୍ତ୍ର ଡକାୟତି। ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ମାଡମାରି ଦୁର୍ବୃତ୍ତ ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ଓ ପ୍ରାୟ ୭ ଲକ୍ଷ ଟଙ୍କା। ସ୍ୱାମୀ ଓ ସ୍ତ୍ରୀ ଆହତ।ପୁଲିସର ତଦନ୍ତ ଆରମ୍ଭ।

ସୂଚନା ଅନୁସାରେ, ଗତକାଲି ସୋମବାର ତାଳମୁଣ୍ଡା ଗ୍ରାମର ପ୍ରକାଶ ନାଏକ ଓ ତାଙ୍କ ପତ୍ନୀ ଝିଲି ନାଏକ ଘରେ ଶୋଇଥିବା ବେଳେ ରାତ୍ରି ପ୍ରାୟ ୧ଟା ବେଳେ ୫ ଜଣ ମୁଖା ପିନ୍ଧା ଯୁବକ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ଦୁଇ ଜଣଙ୍କ ହାତ ଗୋଡ଼ ବାନ୍ଧି ଦେଇ ଖଣ୍ଡା , ବନ୍ଧୁକର ଭୟ ଦେଖାଇ ଘରେ ରଖିଥିବା ୭ ଲକ୍ଷ ଟଙ୍କା ସହିତ ପିନ୍ଧିଥିବା ସୁନା ଗହଣା ଓ ଗଡରେଜ୍ ଭିତରେ ଥିବା ସୁନାଗହଣା ନେଇ ପଳେଇ ଯାଇଥିଲେ ।

ଘରେ କଳା କନା ବୁଲାଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ

ଡକାୟତଙ୍କ ଖଣ୍ଡାର ଆକ୍ରମଣରେ ପ୍ରକାଶ ନାଏକଙ୍କ ଦୁଇ କାନ୍ଧରେ କ୍ଷତ ହୋଇଥିବା ବେଳେ ଦୁଇ ଜଣଙ୍କର ମୋବାଇଲକୁ କଚାଡ଼ି ଭାଙ୍ଗି ଦେଇଥିଲେ। ୨୦ ମିନିଟ ଭିତରେ ଘରେ କଳା କନା ବୁଲାଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଝାରସୁଗୁଡା ଏସପି, ଏସଡିପିଓ, ଲଇକେରା ଥାନା ଅଧିକାରୀଙ୍କ ସମେତ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button